
ଆସିକା,୧୯/୧୦(ଖିରୋଦ ବେହେରା) : ଭାରତୀୟ କମୁ୍ୟନିଷ୍ଟ ପାର୍ଟି ମାକ୍ସବାଦୀ ଡାକରାରେ ଦେଶ ବ୍ୟାପି କେନ୍ଦ୍ର ସରକାରଙ୍କ ଜନ ମାରଣାନୀତି ବିରୁଦ୍ଧରେ ସଚେତନତା ସଭା ଆଜି ଆସିକା ପ୍ରସିଦ୍ଧ ମା ଖମ୍ବେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି । ବରିଷ୍ଟ ସିପିଆଇ ନେତା ତଥା ଆଇନଜୀବୀ କମ୍ରେଡ କେ.ପ୍ରଫୁଲ ରାଓଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଭାପତି କୈଳାସ ଷଡଙ୍ଗୀ, ଆସିକା ସିପିଆଇ ବରିଷ୍ଠ ନେତା ଲକ୍ଷ୍ମଣ ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ସିପିଆଇଏମ ପକ୍ଷରୁ ସିପିଆଇଏମ କମ୍ରେଡ ମାନଙ୍କ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଥିଲା । ବିପ୍ଲବୀ ସଙ୍ଗୀତ ଗାନ ପରେ ଲକ୍ଷ୍ମଣ ପାଢି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଜେପି ସରକାରଙ୍କ ଭୁଲ ଓ ବିପଦଜ୍ଜନକ ନିତି ଫଳରେ ଦେଶରେ ସୃଷ୍ଟି ହୋଇଥିବା ଅର୍ଥ ନୀତିର ମାନ୍ଦାବସ୍ଥା, ଦରଦାମ, ବେକାର ବୃଦ୍ଧି, ଅନ୍ୟପକ୍ଷରୁ ଗଣତନ୍ତ୍ର, ସମ୍ଭିଧାନ ଓ ଧର୍ମନିରପେକ୍ଷତା ଉପରେ ଆକ୍ରମଣ ପ୍ରସଙ୍ଗତା ନେଇ ଆଲୋଚନା କରାଯାଇଥିଲା ।

ସେହିଭଳି ବରିଷ୍ଠ ନେତା ଲକ୍ଷ୍ମଣ ପାଢୀ ଆସିକାରେ ବିଭିନ୍ନ ଅଫୀସରେ ଚାଲିଥିବା ଦୁର୍ନିତୀ ଏବଂ ଆସିକାରେ ଦିର୍ଘ ଦିନ ଧରି ରହିଥିବା ଗରିବ, ଭୂମିହୀନ, ବେକାର ଯୁବକ ଓ ଉଠା ଦୋକାନୀ ମାନଙ୍କୁ ଜବର ଦଖଲ ଉଚ୍ଚେଦ କଲେ ସିପିଆଇଏମ ପକ୍ଷରୁ ଦୃଢ ଆନେ୍ଦାଳନ କରାଯିବ ବୋଲି ମତ ବ୍ୟକ୍ତ କରିଥିଲେ । ଶେଷରେ ସଭାପତି କେ.ପ୍ରଫୁଲ ରାଓ ବିଜେପି ସରକାର ଆସିବା ଦିନ ଠାରୁ ମୁଦ୍ରାରେ ପରିବର୍ତନ, ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି, ରାଷ୍ଟ୍ରାୟତ ଶିଳ୍ପ ସାଙ୍ଗକୁ କ୍ଷୁଦ୍ର,ଲଘୁ ଓ ମଧ୍ୟମ ଶିଳ୍ପ ଦେଶବ୍ୟାପି ବନ୍ଦ ହୋଇ କୋଟିଏରୁ ଉର୍ଦ୍ଧ ଶ୍ରମିକ ଚାକିରୀ ହରାଇଛନ୍ତି । କେନ୍ଦ୍ର ରାଜକୋଷ ନିଅଟଂ ଭରଣ ପୋଷଣ ପାଇଁ ରିଜର୍ଭ ବ୍ୟାଙ୍କରୁ ୧ଲକ୍ଷ ୭୬ ହଜାର ଟଙ୍କା କେନ୍ଦ୍ର ସରକାର ନେବା ପରେ ପୁଣି ୩୦ ହଜାର କୋଟି ଟଙ୍କା ମାଗିଛନ୍ତି । ବିଚିତ୍ର ମୋଟର ଯାନ ଟିକସ ବୃଦ୍ଧି , ବ୍ୟାଙ୍କ ମିଶ୍ରଣ, ଜିଡିପି ହ୍ରାସ, ଯୁଦ୍ଧ ଭୟ, ଦରଦାମ ବୃଦ୍ଧି ବିରୁଦ୍ଧରେ ଆଲୋଚନା କରିଥିଲେ ।



