
୨୯/୦୫/୨୧ (ଜିଲ୍ଲା ଖବର) : ବିପର୍ଯ୍ୟୟ ପରିଚାଳନାରେ ଓଡିଶାର ପଦକ୍ଷେପ ପ୍ରଶଂସନୀୟ । ଭୁବନେଶ୍ୱରରେ ହୋଇଥିବା ସମୀକ୍ଷା ବୈଠକ ସଫଳ । ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ସୁଦୃଢ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବ । ଏନେଇ ଆଜି ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୂଚନାଯୋଗ୍ୟ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସିଥିଲେ । ଭୁବନେଶ୍ୱରରେ ସମୀକ୍ଷା ବୈଠକ ପରେ ବାତ୍ୟାଞ୍ଚଳ ବୁଲି ଦେଖିଥିଲେ । ତେବେ ବୈଠକରେ ରାଜ୍ୟ ସରକାର ସ୍ଥାୟୀ ମିୟାଦି ଯୋଜନା ପାଇଁ ଦାବି ରଖିଥିଲେ । ଏହାପରେ ବାତ୍ୟା ୟଶ୍ ରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଭଦ୍ରକ ଓ ବାଲେଶ୍ୱର ଆକାଶମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାର କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ପ୍ରଭାବିତ ଅଂଚଳରେ ରିଲିଫ, ପୁନରୁଦ୍ଧାର ଓ ପୁଃନିର୍ମାଣ ପାଇଁ ୫୦୦ କୋଟି ଟଙ୍କାର ଆର୍ଥକ ସହାୟତା ଘୋଷଣା କରିଥିଲେ ।
ତେବେ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ମିଳିମିଶି କାର୍ଯ୍ୟ କରିବା ବୋଲି କହିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, କରୋନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି ।


