Thursday, November 12, 2026
Home ଆଞ୍ଚଳିକ ଗତ 24 ଘଣ୍ଟାରେ ୧ ଲକ୍ଷ ୭୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ୧ ଲକ୍ଷ ୭୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

9

୨୯/୦୫/୨୧ (ଜିଲ୍ଲା ଖବର) :  ଦେଶରେ କମୁଛି କରୋନା ସଂକ୍ରମଣ । ଲଗାତର ଦ୍ୱିତୀୟ ଦିନ ପାଇଁ ୨ ଲକ୍ଷ ତଳେ ରହିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୩ ହଜାର 790 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ ୪୫ ଦିନରେ ସବୁଠୁ କମ୍ ।

ଦଶରେ ୨୪ ଘଣ୍ଟାରେ ୮୪ ହଜାର ୬୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରେ ୨ କୋଟି ୫୧ ଲକ୍ଷ ୭୮ ହଜାର ୧୧ ଜଣ ସୁସ୍ଥ ହୋଇ ସାରିଲେଣି । ଦେଶରେ ସୁସ୍ଥତା ହାର ରହିଛି ୯୦.୮୦ ପ୍ରତିଶତ । ସେହିପରି ସାପ୍ତାହିକ ପିଜିଟିଭ ରେଟ୍ ୯.୮୪ ପ୍ରତିଶତ ହୋଇଛି । ସେହିପରି ଗୋଟିଏ ଦିନରେ ଆଉ ୩ ହଜାର ୬୧୭ ଜଣଙ୍କ ଜୀବନ ନେଇଛି ମହାମାରୀ ।