
ନୂଆଦିଲ୍ଲୀ, ୨୯/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ତାଙ୍କର ଓ୍ବାର୍କଆଉଟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖିବାକୁ ମିଳେ । ପୋଷ୍ଟ ମାଧ୍ୟମରେ, ସେ ଫ୍ୟାନ୍ସମାନଙ୍କୁ ଫିଟ ରହିବାର ଟିପ୍ସ ଦିଅନ୍ତି । ହେଲେ ଏବେ ସେ ଏମିତି ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖିବା ପରେ ଯେକେହିବି ଆଶ୍ଚର୍ଯ୍ୟ ହେବା ସୁନିଶ୍ଚିତ । କାହିଁକି ନାଁ, ସେ ଭିଡିଓଟି ରହିଛି ସେମିତି କିଛି ଖାସ୍ ।
ଭିଡିଓରେ ମିଲିନ୍ଦ ସୋମନ ତାଙ୍କର ଜଣେ ମହିଳା ପ୍ରଶଂସକଙ୍କୁ ପୁଶଅପ୍ କରାଉଥିବା ନଜର ଆସୁଛନ୍ତି ।
ମିଳିନ୍ଦ ସୋମନ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଜଣେ ମହିଳାଙ୍କର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଉକ୍ତ ମହିଳା ଜଣକ ତାଙ୍କ କହିବା ଦ୍ବାରା, ଭିଡକୁ ଖାତିର ନ କରି, କୌଣସି ପ୍ରଶ୍ନ ନ କରି ଶାଢୀରେ ପୁଶଅପ୍ କରୁଥିବା ନଜର ଆସୁଛନ୍ତି । ମିଳିନ୍ଦ ନିଜେ ମଧ୍ୟ ମହିଳାଙ୍କର ଜୋଶ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।
ହେଲେ ଜାଣିଛନ୍ତି ଏହାର କାରଣଟା କ’ଣ ?
ବାସ୍ତବରେ ମହିଳା ଜଣକ ମିଲିନ୍ଦ ସୋମନଙ୍କ ସହ ସେଲଫି ଉଠାଇବାକୁ କହିଥିଲେ । ଯାହାପରେ ମିଲିନ୍ଦ ତାଙ୍କୁ ସେଲଫି ବଦଳରେ ୧୦ ଥର ପୁଶଅପ୍ କରିବାକୁ କୁହନ୍ତି । ଆଉ ତା ପରେ ମହିଳା ଜଣକ କୌଣସି ପ୍ରଶ୍ନ ନ କରି ତୁରନ୍ତ ପୁଶଅପ୍ କରିବାରେ ଲାଗନ୍ତି ।
ଭିଡିଓ ସେୟାର କରି ମିଲିନ୍ଦ କ୍ୟାପସନରେ ଲେଖିଛନ୍ତି ଯେ, ‘ ସେଲଫି ଓ୍ବାଲୋ କେ ଲିୟେ ମେରା ପସନ୍ଦିତା ପୁଶଅପ୍‘ । ଏହାପରେ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ମୁଁ ଏକ ଛୋଟ ଷ୍ଟ୍ରିଟ ମାର୍କେଟରେ ବୁଲୁଥିଲି । ମୁଁ ସେଠାକାର ଲୋକାଲ ଫୁଡର ମଜା ଉଠାଉଥିଲି । ସେ ସମୟରେ ଜଣେ ମହିଳା ସେଲଫି ଉଠାଇବାକୁ କହିଥିଲେ । ଆଉ ମୁଁ ତାଙ୍କୁ ୧୦ ଥର ପୁଶଅପ୍ କରିବାକୁ କହିଥିଲି । ଯାହା ପରେ ସେ ମହିଳା ଜଣକ ତୁରନ୍ତ ପୁଶଅପ୍ କରିଥିଲେ । ନା ତାଙ୍କୁ ଶାଢୀକୁ ନେଇ କିଛି ସମସ୍ୟା ଥିଲା ନା, ଆଖପାଖରେ ଥିବା ଲୋକଙ୍କୁ ନେଇ କିଛି ସମସ୍ୟା । ସେ ଆରାମରେ ପୁଶଅପ୍ କରିଥିଲେ।
ଆଗକୁ ସେ ଏକଥା ମଧ୍ୟ ଲେଖିଛନ୍ତି ଯେ, ‘କେବେକେବେ ସୁନ୍ଦର ଜୀବନ ଜୀଇଁବାକୁ ହେଲେ, ମନ ଖୋଜୁଥିବା ଜିନିଷ ପାଇବା ପାଇଁ କେବଳ ପାଖରେ ହଁ କହିବାର କ୍ଷମତା ଥିବା ଦରକାର । ହଁ ମୁଁ ଏହା କରି ପାରିବି ।
ତେବେ ତାଙ୍କର ଏହି ଭିଡିଓକୁ କିଛି ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ, କିଛି ଏହାକୁ ନାଁ ପସନ୍ଦ କରୁଛନ୍ତି ।


