
ଭୁବନେଶ୍ୱର,୨୯/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ବି 10 ହଜାର ତଳକୁ ରହିଛି କୋରୋନା ପଜିଟିଭ୍ ସଂଖ୍ୟା । ଆଜି ରାଜ୍ୟରେ ମୋଟ 7,188 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 4026 ପଜିଟିଭ, ଓ ସ୍ଥାନୀୟ ସଂକ୍ରମଣ 3162 ଚିହ୍ନଟ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୭,୧୪୩ରେ ପହଞ୍ଚିଛି । ତେବେ ଆକ୍ଟିଭ୍ କେସ୍ ୯୭,୨୭୧ ଥିବାବେଳେ ୬,୪୭,୧୩୩ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧,୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ କଟକରୁ ୬୯୦ ଓ ଅନୁଗୁଳରୁ ୫୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


