Monday, November 16, 2026
Home ଆଞ୍ଚଳିକ କୋଭିଡ ଆଇନକୁ ଉଲଘଂନ ଅମାନିଆ ଦୋକାନୀଙ୍କୁ ଜୋରିମାନା

କୋଭିଡ ଆଇନକୁ ଉଲଘଂନ ଅମାନିଆ ଦୋକାନୀଙ୍କୁ ଜୋରିମାନା

197

ଜଟଣୀ,୨୯/୫(ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟ ସରକାର ଆସନ୍ତା ମେ ୩୧ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି କରିଛନ୍ତି I ତାଲା ବନ୍ଦକୁ ମାନୁ ନାହାନ୍ତି ଉଠାଦୋକାନୀ । ଜଟଣୀ ପୌର ପାଳିକା ଦ୍ବାରା ସ୍ଥିରୀକୃତ ଜଟଣୀ ସହରରେ ବିଭିନ୍ନ ଅସ୍ଥାୟୀ ବଜାରରେ ଗୋଟିଏ ସ୍ଥାନରେ ଉଠାଦୋକାନ ପକାଇବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅମାନିଆ ସେମାନଙ୍କ ପୂର୍ବ ସ୍ଥାନ ଓ ବଜାରରେ ଦୋକାନ ପକାଉଛନ୍ତି । ଗହଳି ହେଉଛି । ସାମାଜିକ ଦୂରତା ରହୁ ନାହିଁ । କରୋନା ସଂକ୍ରମଣ ବଢୁଛି। ଅମାନିଆ ଦୋକାନୀଙ୍କୁ ସାବାଡ଼ କରିବା ପାଇଁ ଜଟଣୀ ପୌର ପାଳିକା ପକ୍ଷରୁ ଶୁକ୍ରବାର ବିଭିନ୍ନ ବଜାରରେ ଚଢ଼ାଉ କରାଯାଇଥିଲା । ଜଟଣୀ ପୌର ପାଳିକାର କାର୍ଯ୍ୟ ନିର୍ବାହୀଧକାରୀ ଦିଲୀପ କୁମାର ମହାନ୍ତି ଏହାର ନେତୃତ୍ବ ନେଇଥିଲେ। ସୀତରାମ ଛକ ଓ ବଡ଼ବଜାର ଠାରେ ଅମାନିଆ ଦୋକାନୀଙ୍କଠାରୁ ୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ପ୍ରତିଦିନ ଜୋରିମାନା ଆଦାୟ କରାଯାଉଛି । ଅମାନିଆ ଉଠା ଦୋକାନ ପକାଉଛନ୍ତି I ଏହା ଜୋରଦାର କରାଯିବ ବୋଲି ପୌର ପାଳିକାର କାର୍ଯ୍ୟ ନିର୍ବାହୀଧକାରୀ ଦିଲୀପ କୁମାର ମହାନ୍ତି
ପ୍ରକାଶ କରିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର ।