
କେନ୍ଦୁଝର, ୨୯/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଛି। ସେମନାଙ୍କୁ ପଖାଳ ଭାତରେ ଡାଲି ଖାଇବାକୁ ଦିଆଯାଉଥିବା ସେମାନେ କହିଛନ୍ତି। କେନ୍ଦୁଝର ଆନନ୍ଦପୁରର ଏକ ସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରୁ ଏହି ଚିତ୍ର ସାମ୍ନାକୁ ଆସିଛି।
ସେମାନେ କହିଛନ୍ତି 170ରୁ 180 ଜଣଙ୍କ ନାଁ ନିଆଯାଉଛି କିନ୍ତୁ ଏମିତି ଖାଦ୍ୟ ଦିଆଯାଉଛି ଯାହାକୁ ଖାଇହେବ ନାହିଁ । ଏହି ଖାଦ୍ୟକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରେ ସହଜରେ ଅନୁମାନ କରାଯାଇପାରେ, ବାତ୍ୟା ଆଶ୍ରୟସ୍ଥଳୀରେ କିପରି ଢଙ୍ଗରେ ପହଞ୍ଚୁଛି ପ୍ରଶାସନ ଏବଂ ପ୍ରଶାସନିକ ସହାୟତା।



