Thursday, October 15, 2026
Home ଆଞ୍ଚଳିକ ଫୁଲବାଣୀ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଫୁଲବାଣୀ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

76

ବାଲିଗୁଡ଼ା,୨୯/୫{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି l ଏହା ସହିତ ଦିବଂଗତ ସାମ୍ବାଦିକ ମାନଙ୍କ ଉଦେଶ୍ୟରେ ଫୁଲବାଣୀ ସହରର ଦୁଃଖୀରଙ୍କୀ ମାନଙ୍କୁ ଗୋଟିଏ ଦିନ ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ଟିମ ହୁମାନୀଟି କୁ ମଧ୍ୟ ରାସନ ସାମଗ୍ରୀ ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ରାସନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରେସ କ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ l ଏହା ସହିତ ଏଭଳି ଏକ ଆୟୋଜନ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କରାଯାଇଥିବାରୁ ଏଥି ପାଇଁ ଆସୋସିଏସନର ସମସ୍ତ କର୍ମକର୍ତା ଏବଂ ସଦସ୍ୟ ମାନଙ୍କୁ ଅତିଥି ମାନେ ପ୍ରଶଂସା କରିଛନ୍ତି l