
ଭୁବନେଶ୍ୱର,୨୯/୦୫/୨୧ (ଜିଲ୍ଲା ଖବର) : ଆସନ୍ତା ଜୁନ 1ରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତି।
ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଲେଖିଥିବା ଏକ ପତ୍ର ଅନୁସାରେ, ବିଭାଗ ଦ୍ଵାରା ଘୋଷିତ ହୋଇଥିବା ଗ୍ରୀଷ୍ମ ଛୁଟି ମଇ ୩୧ରେ ଶେଷ ହେବାକୁ ଯାଉଛି।


