Thursday, October 15, 2026
Home ଆଞ୍ଚଳିକ ଆସିକା ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ

ଆସିକା ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ

86


ଆସିକା,୧୯/୧୦(ଖିରୋଦ ବେହେରା) : ଓଡିଶା ଜନସାଧାରଣଙ୍କୁ ସଡକ ସୁରକ୍ଷା ଓ ନିରାପଦ ଗାଡି ଚାଳନା ସମ୍ପର୍କିତ ସଚେତନ କରିବା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବିଜୁ ଯୁବ ବାହିନୀର ସ୍ୱେଚ୍ଚାସେବୀଙ୍କ ଦ୍ୱାରା ଚଳିତ ମାସ ୧୪ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଗ୍ରାମ ପଚାଂୟତ ଓ ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଆସିକାରେ ମଧ୍ୟ ବିଜୁ ଯୁବ ବାହିନୀ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଆସିକା ଟାଉନ ହଲ ସଭା ଗୃହ ଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି । ନୂତନ ମୋଟର ଯାନ ସଂଶୋଧିତ ନିୟମ-୨୦୧୯ ର କଡାକଡି ଅନୁପାଳନ ଏବଂ ସଡକରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରି ସୁରକ୍ଷିତ ଗାଡି ଚାଳନା ନିମନ୍ତେ ଓଡିଶାର ଜନ ସାଧାରଣଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ ବିଜୁ ଯୁବ ବାହିନୀ ପକ୍ଷରୁ ଏହି ରକ୍ଷକ କାର୍ଯ୍ୟକ୍ରମକୁ ସ୍ୱାଗତ କରାଯାଇଥିଲା । ବିଜୁ ଯୁବ ବାହିନୀର ସ୍ୱେଚ୍ଚାସେବୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜନତାଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ଆବଶ୍ୟକ ସାହାଯ୍ୟ ତଥା ସହ ଯୋଗ ଯୋଗାଇଦେବେ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ସ୍ୱେଚ୍ଚାସେବୀ ମାନେ ସୁରକ୍ଷା ସାଥୀ, ସୁରକ୍ଷା ସହଯୋଗୀ ଭାବେ ସୁରକ୍ଷା ସର୍ଭେ କରିବା ସହ ସୁରକ୍ଷା ଶିବିରର ଆୟୋଜନ କରି ସ୍ଥାନୀୟ ବାସିନ୍ଦାଙ୍କୁ ଟ୍ରାଫିକ ନିୟମର ପାଳନ କରିବା ପାଇଁ ସଚେତନ କରିବେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ନିରାପଦ ଗାଡି ଚାଳନା, ଟ୍ରାଫିକ ନିୟମ ପାଳନ ନେଇ ସମସ୍ତେ ସଚେତନ ହେଲେ ସଡକ ଦୁର୍ଘଟଣା ଜନିତ ମୃତୁ୍ୟସଂଖ୍ୟା ହ୍ରାସ ହେବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ୍ ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସତ୍ୟନାରାୟଣ ସ୍ୱାଇଁ, ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହି, କ୍ରିଡାବିତ ଏମ.ତାରିଣୀ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ଯୁବ ବାହିନୀ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ଉଦେ୍ଧଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଆସକା ଟାଉନହଲ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସିକା ଏନଏସି ବିଜୁ ଯୁବ ବାହିନୀ କୋର୍ଡିନେଟର ଶିବରାମ ମିଶ୍ର, ଆସିକା ଏନଏସି – ଏ ବିଜୁ ଯୁବ ବାହିନୀ ସଭାପତି ସୁନିଲ କୁମାର ସ୍ୱାଇଁ, ଆସିକା ଏନଏସି- ବି ବିଜୁ ଯୁବ ବାହିନୀ ସଭାପତି ଦେବାଶିଷ ପଣ୍ଡା ପରିଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ବିଜୁ ଯୁବ ବାହିନୀ ସ୍ୱେଚ୍ଚାସେବୀ ମାନେ ଯୋଗ ଦେଇଥିଲେ ।