ପୁଅ ମୃତ୍ୟୁକୁ 18 ଘଣ୍ଟାରୁ ଅଧିକ ହେଲାଣି, ଗୁଣିଆ କଥାରେ ପୁଅ ବଞ୍ଚିବାକୁ ଅପେକ୍ଷା କରିଛି ମାଆ

14

ସୁବର୍ଣ୍ଣପୁର, ୨୯/୦୫/୨୧ (ଜିଲ୍ଲା ଖବର) : ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ । ଯୁଗ ଯେତେ ଆଗେଇଲେ ମଧ୍ୟ ଆଜିବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । । 10 ମାସର ପୁଅ ମୃତ୍ୟୁକୁ 18 ଘଣ୍ଟାରୁ ଅଧିକ ହେଲାଣି । କିନ୍ତୁ ଗୁଣିଆ କଥାରେ ପଡି ବାପା ମା ପୁଅ ବଞ୍ଚିବାର ଆଶା ରଖିଛନ୍ତି । ସୁବର୍ଣ୍ଣପୁର  ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ପୁଅ ବଞ୍ଚିବା ଆଶାରେ ଖଟରେ ଶୁଆଇ ଦେଇ ପୁଅର ବଞ୍ଚିବା ବାଟକୁ ଅପେକ୍ଷା କରି ରହିଛନ୍ତି ପରିବାର । ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁର ନବଘନ କର୍ମୀଙ୍କ 10 ମାସର ପୁଅକୁ ଝାଡାବାନ୍ତି ହେବାରୁ ଚିକିତ୍ସା ପାଇଁ ବୁର୍ଲ୍ଲା ବଡ ମେଡିକାଲକୁ ନେଇଥିଲେ  । ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁଣିଆକୁ ନେଇ ଦେଖାଇଥିଲେ । ଗୁଣିଆ ଜଣକ ପୁଅ ବଞ୍ଚିଯିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ତାଙ୍କୁ ଡାହାଣୀ କୋପ କରିଛି ବୋଲି କହିଥିଲେ । ଦେହରେ ହଳଦୀ ଏବଂ ଚନ୍ଦନ ବୋଳି ଦେଇ ଆସନ୍ତା କାଲି ସକାଳ ଯାଏଁ  ଖଟରେ ଶୁଆଇ ରଖିବାକୁ କହିଛନ୍ତି ।