
୨୯/୦୫/୨୧ (ଜିଲ୍ଲା ଖବର) : ମୁମ୍ବାଇରେ ଲକଡାଉନ ଜାରି ରହିଛି । ଯାହାର ଫାଇଦା ନେଇ ଜଙ୍ଗଲୀ ଜୀବଜନ୍ତୁ ସହରକୁ ଚାଲି ଆସୁଛନ୍ତି । ଲକଡାଉନ ଯୋଗୁଁ ଲୋକେ ଘର ଭିତରେ ରହୁଥିବାବେଳେ ରାଜରାସ୍ତାରେ ଦେଖିବାକୁ ମିଳୁଛି ଜଙ୍ଗଲୀ ପଶୁପକ୍ଷୀଙ୍କ ରାଜ୍ । ଇଚ୍ଛା ହେଲେ ଆସୁଛନ୍ତି । ବୁଲାବୁଲି କରି ଚାଲିଯାଉଛନ୍ତି । ମୁମ୍ବାଇର ଗୋରେ ଗାଓଁର ଏକ କଲୋନୀରେ ଏକ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି ।
ଭୋରୁ ଭୋରୁ ବାଘ ଟି କଲୋନୀକୁ ପସି ଆସିଛି । କିଛି ସମୟ ବୁଲାବୁଲି କରିବା ପରେ ପଳାଇଛି । ତେବେ ବାଘର ସମସ୍ତ ଗତିବିଧି କ୍ୟାମେରାରେ କଏଦ ହୋଇଯାଇଛି । ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ଭୟବୀତ ଥିବା ସୂଚନା ରହିଛି ।


