
ବାଲିଗୁଡ଼ା, ୨୯/୫{ ସୁକାନ୍ତ କୁମାର ତ୍ରିପାଠୀ } : ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରି ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ପୋଲିସ୍ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଏସ୍ଆଇ ବିଶ୍ବଜିତ ଦାସ ସୂଚନା ଦେଇଛନ୍ତି ।



