
ବେଲଗୁଣ୍ଠା,୨୯/୫(ଜିଲ୍ଲା ଖବର) : କରୋନା ଦ୍ୱିତୀୟ ଲହର ଦିନକୁ ଦିନ ସାଂଘାତିକ ହେବାକୁ ଲାଗିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି ।ବେଲଗୁଣ୍ଠା ଭାରତୀୟ ଷ୍ଟେଟ ବ୍ୟାଙ୍କ କେସିୟାର ପିତ୍ତବାସ ଗୌଡ(୫୨)ଙ୍କ କରୋନ ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।ଭଞ୍ଜନଗର ସହରର ମୁଳବାସିନ୍ଦା ସ୍ୱର୍ଗତ ଗୌଡ କିଛି ବର୍ଷ ହେଲା ବେଲଗୁଣ୍ଠା ଷ୍ଟେଟବ୍ୟାଙ୍କରେ କ୍ୟାସିୟର୍ ଭାବେ କାର୍ଯ୍ୟରତ ଥିଲେ ।ସେ ଗତ ଏକ ମାସ ତଳେ କରୋନ ସଂକ୍ରମିତ ହୋଇଥିଲେ ।ଘରେ କିଛି ଦିନ ଆଇସୋଲେସନ୍ ରେ ରହି ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଗିଡି ବାରୁ ବ୍ରହ୍ମପୁର ଏମ୍.କେ.ସି.ଜି କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଆଜି ସକାଳ ୫ ଟା ବେଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସେ ଜଣେ ମିଷ୍ଟଭାଷୀ,ସରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।ତାଙ୍କ ମୃତ୍ୟୁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ଓ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ-ଶିବରାମ ଚୌଧୁରୀ


