Friday, November 13, 2026
Home ଆଞ୍ଚଳିକ ପାତ୍ରପୁର ବ୍ଲକ ସାମନ୍ତିୟା ପଲ୍ଲୀ ଠାରେ କୋଭିଡ ଡାକ୍ତର ଖାନା ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ...

ପାତ୍ରପୁର ବ୍ଲକ ସାମନ୍ତିୟା ପଲ୍ଲୀ ଠାରେ କୋଭିଡ ଡାକ୍ତର ଖାନା ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରିୟ ବିଧାୟିକା ଉଷାଦେବୀଙ୍କୁ ଆନ୍ତରିକ ଧନ୍ୟବାଦ l ସବୁବେଳେ ଆମ ନିର୍ବାଚନ ମଣ୍ଡଳୀ ର ଉତ୍ତର ସ୍ୱାସ୍ଥ୍ୟ, ଶିକ୍ଷା, ଉର୍ନତି ଦିଗରେ ଚେଷ୍ଟା କରୁଥିବା ଶ୍ରୀରୂପ ଦେବ ଙ୍କ ଅବଦାନ ନିମନ୍ତେ ଆନ୍ତରିକ ଧନ୍ୟବାଦ l

26

ପାତ୍ରପୁର,୨୯/୫(ଜିଲ୍ଲା ଖବର) : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ କୋଭିଡ ଡାକ୍ତରଖାନାକୁ ଉଦଘାଟନ କରିଛନ୍ତି। ସାମନ୍ତିଆ ପଲ୍ଲୀ ମହନ୍ତ ଶ୍ରୀ ପର।ଙ୍କୁଶ ବିଦ୍ୟାଳୟ ଠାରେ ଏହି ଡାକ୍ତରଖାନା ଉଦଘାଟିତ ହେବା ସହ ତିରିଶି ଜଣ ରୋଗୀଙ୍କ ପାଇଁ ଶଯ୍ୟା ଅମ୍ଳଜାନ ବ୍ୟବସ୍ଥା ହୋଇଥିବା ଜଣା ଯାଇଛି। ଆସନ୍ତାକାଲିଠାରୁ ଏହି ଡାକ୍ତର ଖାନାରେ ରୋଗୀ ସେବା ଆରମ୍ଭ ହେବ। ପୂର୍ବରୁ ପାତ୍ରପୁର ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ଚିକିତ୍ସା କରଯାଉଥିବା ବେଳେ ବହୁ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଯୋଗୁଁ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ। ଆଜିର ଉଦଘାଟନ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତି ଭାସନ, ପାତ୍ରପୁର ଗୋଷ୍ଟି ଚିକିତ୍ସଳୟର ଡାକ୍ତର ଡା. ସମ୍ବିତ କୁମାର ବେଗରାୟ, ତହସିଲଦାର ଅମିତ କୁମାର ନାୟକ, ବିଡିଓ ପ୍ରକାଶ କୁମାର ଦାଶ, ଶିଶୁବିକାଶ ଅଧକାରୀ ପଦ୍ମିନୀ ସାହୁ ସରପଞ୍ଚ ବି. ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ,ଅଖିଳ କୁମାର ପଟ୍ଟନାୟକ