
ଭଞ୍ଜନଗର,୨୮/୫(ବବି ରଥ) : ସମ୍ପ୍ରତି କରୋନା ଭୟାବହତା ଯୋଗୁଁ ତାଲାବନ୍ଦ ସମୟରେ ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର, ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ଭଞ୍ଜନଗର ବିଭିନ୍ନ ଅଂଚଳରେ ରୋଷାଇ ସାମଗ୍ରୀ ବଣ୍ଟନ କରାଯାଇଛି |ପ୍ରଥମେ ବାଉଁଶଲୁଣ୍ଡି ପଂଚାୟତ କାର୍ଯ୍ୟାଳୟରେ 30 ଜଣ ହିତାଧିକାରୀଙ୍କୁ ଚାଉଳ, ଡାଲି, ତେଲ, ଲୁଣ, ସୋୟାବିନ ବଡି ବଣ୍ଟନ କରାଯାଇଥିଲା |ଏଥିରେ ପୂର୍ବତନ ଚେୟାରମେନ ଭବାନୀ ଶଙ୍କର ପଣ୍ଡା, ବ୍ଲକ ଉପାଧ୍ୟାକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ |ପରବର୍ତି ସମୟରେ ସାନକୋଦଣ୍ଡା, ବଡକୋଦଣ୍ଡା ଏବଂ ଡ଼ୁମାକୁମ୍ପା ପଂଚାୟତରେ 500 ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା |ଏଥିରେ ସମ୍ପୃକ୍ତ ପଂଚାୟତ ସରପଞ୍ଚ ସହଯୋଗ କରିଥିଲେ |ଏହାପରେ ସ୍ୱାମୀ ଚିଦାନନ୍ଦ ସରସ୍ବତୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କୁଷ୍ଠଶ୍ରାମରେ ହିତାଧିକାରୀଙ୍କୁ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମେ ଅଛୁ କାର୍ଯ୍ୟକ୍ରମରେ ଏକାଦଶ ଦିନ ଖାଦ୍ୟ ବଣ୍ଟନ ସହ ରୋଷାଇ ସାମଗ୍ରୀ ବଣ୍ଟନ କରାଯାଇଥିଲା |ଏହିସମୟରେ ଆଶ୍ରମ ହିତାଧିକାରୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ |ଏଥିରେ ଜ଼ିଲ୍ଲା ଯୁବରେଡ଼କ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ଏବଂ ବ୍ଲକ କନିଷ୍ଠ ଯନ୍ତ୍ରୀ ଆଲୋଚନା କରିଥିଲେ |ଶେଷରେ ବିଜ୍ଞାପିତ ଅଂଚଳର 70 ଜଣ ହିତାଧିକାରୀଙ୍କୁ ରୋଷାଇ ସାମଗ୍ରୀ ବଣ୍ଟନ କରାଯାଇ ସମାପନ କରାଯାଇଥିଲା |ଏହାକୁ ସମାଜସେବି ଶୁଳପାଣି ଶତପଥି, ପଞ୍ଚାନନ ପାଳ ପରିଚାଳନା କରିଥିବାବେଳେ ହେଲପିଂ ହ୍ୟାଣ୍ଡ ଅନୁଷ୍ଠାନର ପ୍ରଶାନ୍ତ କୁମାର ପ୍ରଧାନ ଏବଂ ତାଙ୍କର ସାଥି, ସୋଲ ଚାରିଟାଵଲ ଟ୍ରଷ୍ଟ ସଭାପତି ଗୋପାଳ କୃଷ୍ଣ ନାୟକ ଏବଂ ତାଙ୍କର ସାଥି, ଜଗଦୀଶ ପାଣିଗ୍ରାହୀ, ଯୁବ ରେଡ଼କ୍ରସ ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ସହଯୋଗ କରିଥିଲେ |


