
ବିଷମକଟକ,୨୮/୫(ଜିଲ୍ଲା ଖବର) : ଖରା ଦିନରେ ଦୁର ଦୁରାନ୍ତରରୁ ଆସୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରତି ଛକ ଓ ଜନଗହଳି ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବା ପାଇଁ ସରକାର ଙ୍କ ତରଫରୁ ପଞ୍ଚାୟତ କୁ ଅର୍ଥ ବରାଦ ପାଇଁ ନିୟମ ରହିଛି । ଯାହା ଫଳରେ ଖରାଦିନେ ଲୋକେ ବିଷୁଦ୍ଧ ପାନୀୟ ଜଳ ପାଇଥାନ୍ତି କିନ୍ତୁ ଏହା ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ହାଟମୁନିଗୁଡା ପଞ୍ଚାୟତରେ ବ୍ୟତିକ୍ରମ ଦେଖାଦେଇଛି । ବର୍ଷର ଫେବୃୟାରୀ ରୁ ଜୁଲାଇ ପର୍ଯ୍ୟନ୍ତ ବହୁତ ଖରାର ପ୍ରକପୋ ଥାଏ ତେଣୁ ଏହି ଦିନ ମାନଙ୍କରେ ଜଳଛତ୍ର ଖୋଲିବା କଥା କିନ୍ତୁ ହାଟମୁନିଗୁଡା ପଞ୍ଚାୟତରେ ମେ ଶେଷ ବେଳକୁ ଏହି ଜଳଛତ୍ର ପଞ୍ଚାୟତ ମାତ୍ର ର 2ଟି ଯାଗାରେ ଖୋଲା ଯାଇଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ବାର୍ଥ ପାଇଁ ଏହା ଖୋଲାଗଲା ବର୍ତ୍ତମାନ ତ ଖରା କମିଗଲାଣି । ଲାଗୁଛି ଏହା ଯେମିତି ସରକାରଙ୍କୁ ଆଖିଠାର ଭଳି ଏହା ଖୋଲା ଯାଇଥିବାରୁ ଏହାକୁ ଦେଖି ବୁଦ୍ଧିଜୀବୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫେବୃୟାରୀ ରୁ ମେ ଯାଏ ଏହି ଜଳଛତ୍ର ବାବଦରେ ଆସୁଥିବା ଟଙ୍କାକୁ ପଞ୍ଚାୟତ ଅଧିକାରୀ ଚଳୁ କରିଦେଇଥିବା ଅନୁମାନ କରାଯାଉଛି, ଏ ନେଇଁ ଆମେ ବିଷମକଟକ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ କହିଛନ୍ତି ହାଟମୁନିଗୁଡା ପଞ୍ଚାୟତରେ କାର୍ଯ୍ରରତ ନିର୍ବାହୀ ଅଧିକାରୀ ମନମୁଖି କାର୍ଯ୍ୟକରୁଛନ୍ତି ଓ ମୁ ଏ ନେଇଁ ଆଲୋଚନା କରିବି । ତେଣୁ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ହେବାର ଆବଶ୍ୟକ ରହିଛି ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା


