Monday, October 12, 2026
Home ଆଞ୍ଚଳିକ ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ ପଟା ଜବତ କଲା ବନ ବିଭାଗ ମାଫିଆ...

ଲକ୍ଷାଧିକ ଟଙ୍କାର ଶାଳ ଓ ପିଆଶାଳ ପଟା ଜବତ କଲା ବନ ବିଭାଗ ମାଫିଆ ଫେରାର

109

ବାଲିଗୁଡ଼ା,୨୭/୫{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନ ବିଭାଗର ସଫଳତା ବୋଲର ପିକପ ସହ 120ଖଣ୍ଡ ଶାଳ ଓ ପିଆଶାଳ ପଟ୍ଟା ଜବତ l ଗୁରୁବାର ବିଳମ୍ବିତ ରାତିରେ ବାଲିଗୁଡ଼ା ରେଞ୍ଜ ପୋଖରୀ ବନ୍ଧ ସେକ୍ସନ ଅଞ୍ଚଳ ରୁ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାକୁ ପଟ୍ଟା ଚାଲାଣ ଖବର ପାଇ ରେଞ୍ଜର ଉଦିତ ପ୍ରଧାନ ଓ ଏସି ଅଫ ରୁଦ୍ର ପ୍ରସାଦ ରଥ ଙ୍କ ନେତୃତ୍ବ ରେ ଫରେଷ୍ଟର ଗାର୍ଡ ୱାଚେର ଚଢାଉ କରି ଏକ ବୁଲୋର ପିକଅପ୍ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟ୍ଟା ଜବତ ହୋଇଥିବା ନେଇ ରେଞ୍ଜର ଉଦିତ ପ୍ରଧାନ ସୂଚନା ଦେଇଛନ୍ତି lଘଟଣା ସ୍ଥଳରୁ ତିନି କାଠ ମାଫିଆ ଖସି ପଳାଇ ଥିବା ଜଣାପଡିଛି l ରେଞ୍ଜର ଉଦିତ ପ୍ରଧାନ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ବାଲିଗୁଡ଼ା ଅଞ୍ଚଳରୁ ବିଭିନ୍ନ ଜିଲ୍ଲା କୁ କାଠ ଚାଲାଣକାରୀ ଧରାପଡୁଛନ୍ତି ଏବଂ କାଠ ମାଫିଆ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l