Wednesday, November 18, 2026
Home ଆଞ୍ଚଳିକ ଅତିରିକ୍ତ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ ଓ ସମୀକ୍ଷା

ଅତିରିକ୍ତ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ ଓ ସମୀକ୍ଷା

33

କୋଦଳା,୨୭/୫(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳ ତଥା ହିଞ୍ଜିଳିକାଟୁ ପୌର ପ୍ରଶାସକ ଲିନା କୁମାରୀ ଖେସ ଗୁରୁବାର ହିଞ୍ଜିଳିକାଟୁ ପୋୖରାଞ୍ଚଳ ପରିଭ୍ରମଣ କରି କୋଭିଡ ପରିଚାଳନା ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମେ ଉପଜିଲ୍ଲାପାଳ ପୌର କାର୍ଯ୍ୟାଳୟରେ ପହଞ୍ଚି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ସେଠାରୁ ସେ ବର୍ଯ୍ୟବସ୍ତୁ ସଂଗୃହିତ କେନ୍ଦ୍ର ଓ ପୃଥକୀ ଓ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ଉକ୍ତ ପ୍ରକଳ୍ପ ପରିଚାଳନା ରେ ନିୟୋଜିତ ଥିବା ମିଶନ ଶକ୍ତିର ସଦସ୍ୟାଙ୍କ କାର୍ଯ୍ୟଧାରା ଓ ପରିଚାଳନା ସମ୍ପର୍କରେ ଉପଜିଲ୍ଲାପାଳ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ।ସେଠାରୁ ଫେରି ନେତାଜୀ ପାର୍କ,ବିଜୁ ପଟ୍ଟନାୟକ ଶିଶୁ ପାର୍କ,ପୋଷାକ କେନ୍ଦ୍ର ଓ ଅନ୍ୟାନ୍ୟ ନିର୍ମାଣାଧୀନ ଉନ୍ନୟନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ପରିଦର୍ଶନ କରି ଆଲୋଚନା କରିଥିଲେ।ସାମ୍ପ୍ରତିକ ପରିସ୍ଥିତିରେ ସହରରେ କୋଭିଡ ସ୍ଥିତି ଅନୁଧ୍ୟାନ କରିବା ସହିତ ମୁକାବିଲା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ସାହୁଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଉପଜିଲ୍ଲାପାଳଙ୍କ ସହ ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ଓ ମାନସ ରଞ୍ଜନ ଦାଶ, ଇ କିଶନ କୁମାର ପାତ୍ର,ସମସ୍ତ କର୍ମଚାରୀ, ମିଶନ ଶକ୍ତିର ସଦସ୍ୟା ଓ ସ୍ୱଚ୍ଛସାଥି,ସ୍ୱଚ୍ଛ ପରିଦର୍ଶିକା ମାନେ ଉପସ୍ଥିତ ଥିଲେ ।