Saturday, October 17, 2026
Home ଆଞ୍ଚଳିକ ବ୍ରହ୍ମପୁରରେ ପ୍ରଶାସନ ତରଫରୁ ଜବରଧକଲ ଉଛେଦ

ବ୍ରହ୍ମପୁରରେ ପ୍ରଶାସନ ତରଫରୁ ଜବରଧକଲ ଉଛେଦ

66

ବ୍ରହ୍ମପୁର, ୧୯/୧୦ (ବିଜୟ କୁମାର ଗୌଡ଼) : ଆଜି ହରଢାଖଣ୍ଡି ଅଞ୍ଚଳ ଠାରୁ ବାଲୁଙ୍କେଶ୍ୱର ମନ୍ଦିର ଦେଇ ପୁରୁଣା ବ୍ରହ୍ମପୁର ହାଇସ୍କୁଲ ହରିଜନ ସାହି ପର୍ଯ୍ୟନ୍ତ ବହୁ ଦିନ ଧରି ସରକାରୀ ଜାଗା ବା ମୁଖ୍ୟ ରାସ୍ତାକୁ ଆକ୍ରମଣ କରିଥିବା ସାଧାରଣ ବର୍ଗଲୋକଙ୍କୁ ନଭେମ୍ବର ୨ ଠାରୁ ଉଛେଦ ପାଇଁ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ହାଇଥିବା ଶୁଣା ଯାଇଥିଲେ ।

କାରଣ ଅଞ୍ଚଳର ବୁଦ୍ଧିଜୀବୀ ବାସିଙ୍କ ଅଭିଯୋଗ ଅନୁସାରେ ଘୋଷଣା ଏବେକାର ନୁଆଁ ନୁହେଁ ଦୀର୍ଘ ପାଞ୍ଚରୁ ସାତ ବର୍ଷ ଏମିତି ପ୍ରଶାସନ ଚେତାବନୀ କରୁଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ସୁନ ଦୀର୍ଘ ସାତ ବର୍ଷ ପରେ କାର୍ଯ୍ୟ ସଫଳ ହଇଥିବା କିଛି ଲୋକ ପ୍ରକାଶ କରୁଥିବା ବେଳେ କିଛି ଲୋକ ପ୍ରଶାସନକୁ ନିନ୍ଦା କରୁଥିବା ଶୁଣିବାକୁ ମିଳିଛି ଆଜି ଉପ-ଜିଲ୍ଲାପାଳ, ତହସିଲଦାର, ବି.ଏମ.ସି ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତରେ ଅଞ୍ଚଳର ବଡ଼ କୋଠା ବାଡ଼ି ସହ ଝୁପୁରୀ ଘର ଜେସିବି ମେସିନ ଦ୍ୱାରା ଭଙ୍ଗା ଯାଇଥିଲା।