
ବାଲେଶ୍ୱର,୨୭/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ୟଶ୍ ଅନେକ କ୍ଷତ ଦେଇଯାଇଛି ଉତ୍ତର ଓଡ଼ିଶାର ଛାତିରେ । କାହା ଘର ଭାଙ୍ଗିଛି ତ କାହା ଗାଁରେ ଲୁଣା ମାଡିଛି । ଅସଂଖ୍ୟ ଦାରୁଣ ଚିତ୍ର ଛାଡିଯାଇଛି ୟଶ୍ । ତହିଁ ଭିତରୁ ଆପଣ ଦେଖୁଥିବା ଦୃଶ୍ୟଟି ଗୋଟିଏ। ଏଥିରେ ଦୁଃଖ ଅଛି, ଯନ୍ତ୍ରଣା ଅଛି ଆତ୍ମସନ୍ତୋଷ ମଧ୍ୟ ଅଛି। ଜଣେ ବ୍ରାହ୍ମଣର ଜୀବିକା ହଜିଯିବାର ଦୁଃଖ। ତା ସ୍ୱପ୍ନ ଭାଙ୍ଗିଯିବାର ଦାରୁଣ ଯନ୍ତ୍ରଣା।
ଆଉ ମଣିମାଙ୍କୁ ନିଜ ସହ ନେଇ ନିଜକୁ ଜଣେ ପକ୍କା ଓଡ଼ିଆ କରିବାର ଆତ୍ମସନ୍ତୋଷ, ସବୁ ଅଛି ଏଥିରେ। ଓଡ଼ିଆ ଜାତି ଜଗନ୍ନାଥଙ୍କୁ କେତେ ଭଲପାଏ ତାହା ହିଁ ଏ ଦୃଶ୍ୟ ଆମକୁ କହୁଛି । ମହାବିପତ୍ତି ବେଳେ, ଯେତେବେଳେ ଜୀବନ ଯାଉଛି ସେତେବେଳେ ବି ଏ ଜାତି ପ୍ରାଣପ୍ରିୟଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହେଁ। ଧନ୍ୟ ଏ ଓଡ଼ିଆ ପଣ, ଧନ୍ୟ ଏ ଭଲ ପାଇବା।
ବାକି ରହିଲା ଫଟୋର କ୍ୟାପସନ୍ ଲେଖିବା। ଆଶା କରିବୁ ଯେଉଁ ପାଠକ ଏହି ପାଠଟି ପଢିବେ ସେମାନେ ନିଜ ଢଙ୍ଗରେ କ୍ୟାପସନ୍ ଦେବେ ବୋଲି…



