
ନୂଆଦିଲ୍ଲୀ ,୨୭/୦୫/୨୧ (ଜିଲ୍ଲା ଖବର) : ନୋରା ଫତେହି , ଯିଏକି ସବୁବେଳେ ତାଙ୍କ ଡାନ୍ସ, ଅନ୍ଦାଜ ଓ ଲୁକକୁ ନେଇ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ୍ କରନ୍ତି । ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସ ସବୁବେଳେ ଚାହିଁ ରହିଥାନ୍ତି । ଏବେ ଯାଏଁ ନୋରା କୌଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସି ନାହାଁନ୍ତି ସତ, ତଥାପି ତାଙ୍କର ଲୋକପ୍ରିୟତା କେଉଁ ଅଭିନେତ୍ରଙ୍କ ଠାରୁ କମ୍ ନୁହେଁ । ସୋସିଆଲ ମିଡିଆରେ ବେଶ ଭଲ ଫ୍ୟାନ ଫଲୋଇଙ୍ଗ ମଧ୍ୟ ରହିଛନ୍ତି ତାଙ୍କର ।
ସୋସିଆଲ ମିଡିଆରେ ତାଙ୍କର ଧମାକାଦାର ଡାନ୍ସର ଭିଡିଓ ବେଶ ଭାଇରାଲ ହୋଇଥାଏ । ତେବେ ନିକଟରେ ନୋରା ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଗ୍ଲାମରସ ଅନ୍ଦାଜ ନଜର ଆସୁଛି ।
ଏହି ଭିଡିଓରେ ନୋରା ଏକଦମ୍ ଗ୍ଲାମରସ ଅନ୍ଦାଜରେ ନଜର ଆସୁଛନ୍ତି । ଗୋଟେ ପରେ ଗୋଟେ ଡିଜାଇନର ଡ୍ରେସରେ ତାଙ୍କର ଷ୍ଟାଇଲ ଏକଦମ୍ ଦେଖିବା ଭଳି ରହିଛି । କେତେବେଳେ ସେ ଦେଶୀ ଲୁକରେ ନଜର ଆସୁଛନ୍ତି ତ, କେତେବେଳେ ସେ ଓ୍ବେଷ୍ଟନ ଆଉଟଫିଟରେ ଧମାଲ ମଚାଉଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଅନ୍ଦାଜ ଦେଖିବା ପରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ଯାଏଁ , ସମସ୍ତେ ତାଙ୍କର ଏହି ଅନ୍ଦାଜକୁ ପସନ୍ଦ କରିବା ସହିତ ,ପ୍ରଶଂସା ମଧ୍ୟ କରୁଛନ୍ତି । ସବୁଠାରୁ ଖାସ୍ କଥା ହେଉଛି, ତାଙ୍କର ଏହି ଅନ୍ଦାଜ ସାଙ୍ଗକୁ ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ଜଲେବି ବେବି ସଙ୍ଗ୍ ଏହି ଭିଡିଓକୁ ଆହୁରି ଆକର୍ଷଣୀୟ କରୁଛି ।
ଜଣେ ୟୂଜର ଲେଖିଛନ୍ତି ଯେ, ସବୁ ଆଉଟଫିଟରେ ଆପଣ ବହୁତ୍ ସୁନ୍ଦର ଲାଗୁଛନ୍ତି । ଅନ୍ୟଜଣେ ଲେଖିଛନ୍ତି, ଆପଣଙ୍କର ଏହି ଅନ୍ଦାଜର ଅପେକ୍ଷା ଥିଲା । ଏମିତି ସମସ୍ତେ ନିଜ ନିଜର ପ୍ରତିକ୍ରିୟା ଦେଇ ତାଙ୍କର ପ୍ରଶଂସା କରୁଛନ୍ତି ।





