
ବାଲେଶ୍ୱର, ୨୭/୦୫/୨୧ (ଜିଲ୍ଲା ଖବର) : ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ହେଉଥିବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ରାସ୍ତାଘାଟ ସବୁଠି ପାଣିରେ ଭରି ହୋଇରହିଛି। । ଯୁଆଡେ ଦେଖିବ ଖାଲି ପାଣି ହିଁ ପାଣି। ନଦୀର ଭ୍ରମ ସୃଷ୍ଟି କରୁଛି ଏ ପାଣି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତ ବାଲିକିତରଣ ଗାଁର ୨ଶହ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି । ସୋର ଗୋପାଳପୁର ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ରାସ୍ତାରେ ପୋଲ କାମ ହେଉଥିବା ଯୋଗୁଁ ରାସ୍ତାକୁ କାଟି ଦିଆଯାଇଥିଲା । ଏବେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା। ଏଭଳି ସ୍ଥିତିରେ ଲୋକେ ହଇରାଣ ହେଉଥିବାବେଳେ ସରକାରୀ ସହାୟତା ଆବଶ୍ୟକ ହୋଇପଡୁଛି।



