Friday, November 13, 2026
Home ଆଞ୍ଚଳିକ ନୂଆ ଘର କିଣିଲେ ଅର୍ଜୁନ କପୁର ! ମୂଲ୍ୟ ଜାଣି ଆଶ୍ଚଯ୍ୟ ହେବେ

ନୂଆ ଘର କିଣିଲେ ଅର୍ଜୁନ କପୁର ! ମୂଲ୍ୟ ଜାଣି ଆଶ୍ଚଯ୍ୟ ହେବେ

15

ନୂଆଦିଲ୍ଲୀ, ୨୭/୦୫/୨୧ (ଜିଲ୍ଲା ଖବର) : ଫିଲ୍ମ ‘ଇସ୍କଜାଦେ’ରୁ ବଲିଉଡରେ ଡେବ୍ୟୁ  କରିଥିବା ଅଭିନେତା ଅର୍ଜୁନ କପୁର ଆଜି ନିଜର ଅଭିନୟ ବଳରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାର ୯ବର୍ଷ ବିତି ଗଲାଣି ତାଙ୍କର । ଏହାରି ମଧ୍ୟରେ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ ।

 ଅର୍ଜୁନ କପୁର ମଲାଇକା ଆରୋରାଙ୍କ ସହ ରିଲେନସିପକୁ  ନେଇ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଦୁହେଁ  ଦୁହିଁଙ୍କ ପୋଷ୍ଟରେ କମେଣ୍ଟ ଦେଉଥିବା ଦେଖିବାକୁ ମିଳେ । ଏହା ବ୍ୟତୀତ ଦୁହେଁ ଏକାସହ ଛୁଟି ବିତାଉଥିବା ଏବଂ ଡେଟରେ ଯାଉଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳେ । ଦୁହେଁ ତାଙ୍କ ସମ୍ପର୍କକୁ ନେଇ ବିଶେଷ ମୁହଁ ଖୋଲନ୍ତି ନାହିଁ ସତ, ହେଲେ ଦୁହିଁଙ୍କ ସମ୍ପର୍କ ବିଷୟରେ କାହାକୁ କିଛି ଅଛପା ନାହିଁ । ଏବେ ଅର୍ଜୁନ କପୁର ମଲାଇକା ଆରୋରାଙ୍କର ପଡୋଶୀ ହୋଇଯାଇଛନ୍ତି । ଏକ ନୂଆ ଘର କିଣିଛନ୍ତି ଅର୍ଜୁନ କପୁର । ଯାହାକୁ ନେଇ ପୁଣି ଚର୍ଚ୍ଚାରେ ଏବେ ଅର୍ଜୁନ କପୁର ।

ଅର୍ଜୁନ କପୁର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏକ ନୂଆ ଘର କିଣିଛନ୍ତି ।  ବେଶ ଚାକଚକ୍ୟ ରହିଛି ସେ ସ୍ଥାନ । ଅର୍ଜୁନ କପୁର କିଣିଥିବା ଘରର ମୂଲ୍ୟ ପାଖାପାଖି ୨୦ କୋଟି ଟଙ୍କା ରହିଛି ବୋଲି କୁହାଯାଉଛି ।  

ଏକ ସାକ୍ଷାତକାର ମାଧ୍ୟମରେ ସେ କହିଛନ୍ତି ଯେ, ‘ ସେ ସବୁବେଳେ ତାଙ୍କ ସାଥିଙ୍କୁ ସମ୍ମାନ କରନ୍ତି । ତାଙ୍କ ସାଥି ସବୁବେଳେ ନିଜ ସମ୍ପର୍କରେ ବିଶେଷ କଥାବାର୍ତ୍ତା କରନ୍ତି ନାହିଁ । କାହିଁକି ନାଁ , ସମସ୍ତଙ୍କର ନିଜସ୍ବ ଜୀବନଶୈଳୀ ଥାଏ  । ସମସ୍ତଙ୍କର ଏକ ଅତୀତ ବି ଥାଏ ।

ପ୍ରକାଶ ଥାଉକି, ଅର୍ଜୁନ କପୁର ନିକଟରେ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ସହ ଫିଲ୍ମ’ ସନ୍ଦୀପ୍ ଔର ପିଙ୍କି ଫରାର୍’ରେ ନଜର ଆସିଥିଲେ । ପୁଣି ସେ ଫିଲ୍ମ’ଭୂତ୍ ପୁଲିସ’ରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେ ଅନ୍ୟ କିଛି ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।