Saturday, November 14, 2026
Home ଆଞ୍ଚଳିକ ଅଭିନବଙ୍କୁ ମିସ୍ କରୁଛନ୍ତି ରୁବିନା

ଅଭିନବଙ୍କୁ ମିସ୍ କରୁଛନ୍ତି ରୁବିନା

7

ନୂଆଦିଲ୍ଲୀ, ୨୭/୦୫/୨୧ (ଜିଲ୍ଲା ଖବର) : ବିଗବସ  ସିଜିନ ୧୪ର ବିଜେତା ରୁବିନା ଦିଲୈକ ଅଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ସବୁବେଳେ ସେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି ।  ଫ୍ୟାନ ଫଲୋଇଙ୍ଗ ମଧ୍ୟ ତାଙ୍କର କିଛି କମ୍ ନୁହନ୍ତି । ତେବେ ଗତ କିଛି ଦିନ ପୂର୍ବରୁ ରୁବିନା କରୋନା  ସଂକ୍ରମିତ ହୋଇଥିଲେ । ଏହାପରେ ସୁସ୍ଥ ହେବା ପାଇଁ  ସେ ନିଜ ଘର ହିମାଚଳ ପ୍ରଦେଶ ଚାଲି ଯାଇଥିଲେ ।

ସେ ସମୟର ଫଟୋ ଏବଂ ଭିଡିଓ  ସେ ପୋଷ୍ଟ କରୁଥିବା ମଧ୍ୟ ନଜର ଆସିଥିଲା । ଏବେ ସେ ପୂର୍ବ ଅପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି । ତେବେ ନିକଟରେ ସେ ଲାଇଭ  ସେଶନ ଆୟୋଜିତ କରିଥିଲେ । ଯାଉଁଥିରେ ସେ ଫ୍ୟାନ୍ସମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ  ।

ଅଭିନବଙ୍କୁ ମନେ ପକାଉଛନ୍ତି ରୁବିନା

ରୁବିନା ମଙ୍ଗଳବାର ସଂଧ୍ୟାରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଲାଇଭ ଆସିଥିଲେ ।  ସେତେବେଳେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ରୁବିନା ।  ଲାଇଭ  ସେଶନ ମାଧ୍ୟମରେ ସେ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ସେ ଅସୁସ୍ଥ ଥିବା ସମୟରେ ତାଙ୍କୁ ଦେଇଥିବା ଭଲପାଇବା ଏବଂ  ପ୍ରାର୍ଥନା ପାଇଁ ସମସ୍ତଙ୍କୁ ସେ ଧନ୍ୟବାଦ୍ ଜଣାଇଥିଲେ  ।

ରୁବିନାଙ୍କ ସ୍ବାମୀ ଅଭିନବ ଶୁକ୍ଳା ଏବେ ‘ଖତ୍ରରୋଁ କି ଖିଲାଡି ୧୧’ରେ ପ୍ରତିଯୋଗୀ ଭାବେ ନଜର ଆସୁଛନ୍ତି । ତେବେ ଯେତେବେଳେ ରୁବିନାଙ୍କ ଫ୍ୟାନ୍ସମାନେ ତାଙ୍କୁ ତାଙ୍କ ସ୍ବାମୀ ଅଭିନବଙ୍କ ବିଷୟରେ ପଚାରିଥିଲେ , ସେତେବେଳେ ସେ କହିଥିଲେ ଯେ, ସେ ଏବେ  ଅଂଶଗ୍ରହଣ କରୁଥିବା ଶୋ’ରେ ଭଲ ପ୍ରଦର୍ଶନ କରୁଛନ୍ତି । ଆଉ ସେ ତାଙ୍କୁ ବହୁତ୍ ମନେ ପକାଉଛନ୍ତି  । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ଯେବେଠାରୁ ସେ ଅଭିନବଙ୍କ ସହିତ ରହୁଛନ୍ତି । ଏହା ପରଠାରୁ ସେ  ପଞ୍ଜାବୀ ଭାଷା ମଧ୍ୟ ଶିଖି ଯାଇଛନ୍ତି । ଏହା ସହିତ ସେ ନେପାଳୀ ଭାଷା ମଧ୍ୟ ବୁଝିପାରନ୍ତି । ଏହି ଲାଇଭ ସେଶନ ରୁବିନା ସିମଲାରୁ କରିଥିଲେ ।