
ନୂଆଦିଲ୍ଲୀ, ୨୭/୦୫/୨୧ (ଜିଲ୍ଲା ଖବର) : ’ ମିର୍ଜାପୁର ୨ ‘ ଓ୍ବେବ ସିରିଜ୍ ଫେମ୍ ଅଭିନେତା Dibyendu Bhattacharyaଙ୍କ ମା’ ଗାୟତ୍ରୀ ଭଟ୍ଟାଚାର୍ଯ୍ୟ ଆଉ ଏ ଦୁନିଆଁରେ ନାହାଁନ୍ତି । ଗତ ୧୬ ମଇରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଯେତେବେଳେ ମା’ଙ୍କ ଦେହାନ୍ତ ଖବର ପାଇଥିଲେ ସେତେବେଳେ Dibyendu ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ । ସତେ ଯେପରି ଆକାଶଟା ତାଙ୍କ ମୁଣ୍ଡ ଉପରେ ଛିଡି ପଡିଥିଲା । ମା’ଙ୍କ ଦେହାନ୍ତ ସମୟରେ ଦିବେନ୍ଦୁ ଏକ ଫିଲ୍ମ ସୁଟିଂ ପାଇଁ ବାହାରେ ଥିଲେ । ଯେଉଁଠାରେ ତାଙ୍କୁ ଅଚାନକ ମା’ଙ୍କ ଦେହାନ୍ତ ହେବାର ଖବର ମିଳିଥିଲା । କରୋନା ମହାମାରୀ କାରଣରୁ ନିଜ ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ସେ ଭାରତ ଆସିପାରି ନଥିଲେ । Dibyendu ଙ୍କ ୭୨ ବର୍ଷିୟା ମା’ଙ୍କୁ ହସ୍ପିଟାଲରେ ବେଡ ମିଳିନଥିଲା । ଏବଂ ଚିକିସ୍ବା ବିଳମ୍ବ ହେବା କାରଣରୁ ଅଚାନତ ତାଙ୍କର ଦେହାନ୍ତ ହୋଇଥିଲା ।
ଅଭିନେତା କହିଛନ୍ତି ଯେ, ‘ ମୁଁ ସେଟକୁ କେବେବି ଫୋନ ନେଇକି ଯାଏ ନାହିଁ । ମୁଁ ଯେତେବେଳେ ହୋଟେଲରେ ମୋ ରୁମକୁ ଫେରିଥିଲି , ତ ଦେଖିଥିଲି ମୋ ଭଉଣୀ ମତେ ମେସେଜ୍ କରିଥିଲେ । ଏହାପରେ ମୁଁ ତାଙ୍କୁ ତୁରନ୍ତ ଫୋନ କରିଥିଲି । ସେ କହିଥିଲେ ଯେ, କଲିକତାରେ ହସ୍ପିଟାଲରେ ବେଡ ନାହିଁ । ଏବଂ କୌଣସି ବି ହସ୍ପିଟାଲ କାହାକୁ ଭର୍ତ୍ତି କରିବା ପୂର୍ବରୁ କରୋନା ନେଭେଟିଭ୍ ରିପୋର୍ଟ ମାଗୁଛନ୍ତି । ତାଙ୍କ ଭଉଣୀଙ୍କୁ ଏପରି ଜରୁରୀ ପରିସ୍ଥିତିରେ ରିପୋର୍ଟ ମାଗିବା ଠିକ୍ ଲାଗି ନଥିଲା । ଏହାପରେ ତାଙ୍କର ବନ୍ଧୁ କେମିତି ବି ହେଉ ତାଙ୍କ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କ ମା’ଙ୍କର ଦେହାନ୍ତ ହୋଇଗଲା ।
ମା’ଙ୍କ ଦେହାନ୍ତକୁ ନେଇ ସେ କହିଛନ୍ତି ଯେ, ‘ ମତେ ପୁରା ରାତି ସୁଟିଂ କରିବାର ଥିଲା ଏବଂ ମୋର ପୁରା ଦିନ କାନ୍ଦି କାନ୍ଦି ବିତିଲା । ଏକଥା ସତ ଯେ, ତୁମେ ଯେତେବି ବଡ ହୋଇଯାଅ କିନ୍ତୁ ମାତା, ପିତାଙ୍କୁ ହରାଇବା ଏକ ଏମିତି ଯନ୍ତ୍ରଣା , ଏହି ଯନ୍ତ୍ରଣାକୁ ଭୂଲିବା କଷ୍ଟକର । ଏଭଳି ସମୟରେ ନିଜକୁ ପ୍ରସ୍ତୁତ କରିବା କଷ୍ଟକର । ମୁଁ ସେତେବେଳେ, ଏକ ଆକ୍ସନ ସିନ୍ ସୁଟ୍ କରିଥିଲି ଏବଂ ପୁଣି ଏକ କମିକ୍ ସିନ୍ । ସେତେବେଳେ ମୁଁ ବୁଝିପାରିଥିଲି କି, କିଛିବି ହେଇଯାଉ କାମ ନଅଟକିବା ଦରକାର ।
Dibyendu ମା’ଙ୍କର ବହୁତ୍ ନିବିଡ ଥିଲେ । ଆଉ ଏହା ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି । ସବୁବେଳେ ସେ ତାଙ୍କ ମା’ଙ୍କ ସହିତ ଫଟୋ ସେୟାର କରନ୍ତି । ଏହା ପୂର୍ବରୁ ମାତୃଦିବସ ଅବସରରେ ସେ ତାଙ୍କ ମା’ଙ୍କ ସହିତ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ମା’ଙ୍କ ସହିତ ହସୁଥିବା ନଜର ଆସିଥିଲେ । ଏବଂ ସେ ଲେଖିଥିଲେ ଯେ, ‘ମାତୃ ଦିବସର ଶୁଭେଚ୍ଛା ମା’ ,ଦୁନିଆଁର ସବୁଠାରୁ ପ୍ୟାରୀ ମା’ଙ୍କୁ ଢେରସାରା ଭଲପାଇବା ‘ ।
ପ୍ରକାଶ ଥାଉକି, Dibyendu ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ । ଅନେକ ଫିଲ୍ମରେ ସେ କାମ କରିଛନ୍ତି ।


