Sunday, November 15, 2026
Home ଆଞ୍ଚଳିକ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ପଜିଟିଭ

୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ପଜିଟିଭ

8

ନୂଆଦିଲ୍ଲୀ, ୨୭/୦୫/୨୧ (ଜିଲ୍ଲା ଖବର) : ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୧୧ ହଜାର ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩ ହଜାର ୮୪୭ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା।ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଦେଶବାସୀ ସାମାନ୍ୟ ଖୁସି ଥିବା ଦେଖିବାକୁ ମିଳିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୩ ଲକ୍ଷ ୬୯ ହଜାର ୦୯୩କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୩୮୪୭ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ମୋଟ୍ ୩ ଲକ୍ଷ ୧୫ ହଜାର ୨୩୫ ଜୀବନ ନେଲାଣି। ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୨,୮୩,୧୩୫ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୪୬ ଲକ୍ଷ ୩୩ ହଜାର ୯୫୧ ଆକ୍ରାନ୍ତ ।