Sunday, November 15, 2026
Home ଆଞ୍ଚଳିକ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସୁଧାର ଆସିଲେ ଡୋର ତୁ ଡୋର ସର୍ଭେ ହେବ ଜୋରଦାର-...

ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସୁଧାର ଆସିଲେ ଡୋର ତୁ ଡୋର ସର୍ଭେ ହେବ ଜୋରଦାର- ବିଜୟ ମହାପାତ୍ର

19

ଭୁବନେଶ୍ୱର, ୨୭/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ଭ୍ୟକ୍ସିନେସନକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।  ବାତ୍ୟା ପ୍ରଭାବିତ ଅଂଚଳରେ ସ୍ଥିତିରେ ସୁଧାର ଆସିଲେ ଡୋର ତୁ ଡୋର ସର୍ଭେକୁ ଜୋରଦାର କରାଯିବ ।  ପ୍ରଭାବିତ ଅଞ୍ଚଳରେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିଲେ ଭ୍ୟାକିନେସନ ଓ ଟେଷ୍ଟିଙ୍ଗ ଆରମ୍ଭ ହେବ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ପାଇଁ ଟେଷ୍ଟିଂ କମିଛି ।  ଆମ ରାଜ୍ୟରେ ପଜେଟିଭିଟି ରେଟ କମିଛି । ପୂର୍ବରୁ 20+ ରେ ଥିଲା ଏବେ ଏହା 14 କୁ ଖସି ଆସିଛି ।  ବାତ୍ୟା ଦ୍ୱାରା ଆମର କୌଣସି ଜିଲ୍ଲାରେ ବି କୋଭିଡ ଇନଫ୍ରାଷ୍ଟ୍ରକ୍ଚର ନଷ୍ଟ ହୋଇନାହିଁ ।  ଆଇସିୟୁରେ ଅତି ଗୁରୁତର କରୋନା ରୋଗୀ ବହୁଦିନ ହେବ ରହି ଚିକିତ୍ସିତ ହେଉଥିବା ଫଳରେ ଏବେ ମୃତ୍ୟୁ ସଂଖ୍ୟା ଅଧିକ ଆସୁଛି ।

 ଆମ ରାଜ୍ୟରେ ଆଇସିୟୁ 80% ଫିଲଅପ ଅଛି ଓ ଭେଣ୍ଟିଲେଟର 50% ଫିଲଅପ ଅଛି ।  ଏକ୍ସପର୍ଟ ମାନଙ୍କ ମତାମତ ନିଆଯାଉଛି, ତା ପରେ ଲକଡାଉନ ଉପରେ ଚିନ୍ତା କରାଯିବ ।  ବାତ୍ୟା ପରର ସ୍ଥିତିରେ ସୁଧାର ଆସିଲେ ଟେଷ୍ଟିଂ  ଓ  ଟିକାକରଣ କାର୍ଯ୍ୟ ଆରମ୍ଭ ହେବ ।