Sunday, November 15, 2026
Home ଆଞ୍ଚଳିକ ରାକ୍ଷୀ ସାଓ୍ବନ୍ତଙ୍କୁ ଆଲିଙ୍ଗନ କରି ମିକା ସିଂହ କହିଲେ ,ଆମେ ଏବେ ଭଲ ବନ୍ଧୁ

ରାକ୍ଷୀ ସାଓ୍ବନ୍ତଙ୍କୁ ଆଲିଙ୍ଗନ କରି ମିକା ସିଂହ କହିଲେ ,ଆମେ ଏବେ ଭଲ ବନ୍ଧୁ

13

ନୂଆଦିଲ୍ଲୀ, ୨୭/୦୫/୨୧ (ଜିଲ୍ଲା ଖବର) : ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ରାକ୍ଷୀ ସାଓ୍ବନ୍ତ ସବୁବେଳେ କିଛି ନାଁ କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ରାକ୍ଷୀ ସାଓ୍ବନ୍ତ ଏବଂ ମିକା ସଂହଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁହେଁ ପାଖାପାଖି ୧୫ ବର୍ଷ ପରେ ମୁମ୍ବାଇର ଏକ କଫିସପ ବାହାରେ ଭେଟ ହୋଇଥିବା ନଜର ଆସୁଛନ୍ତି । ଏତେ ଦିନ ପରେ  ଦୁହେଁ ଦୁହିଁଙ୍କୁ ଭେଟିବା ପରେ ପରସ୍ପର ପରସ୍ପରଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ବିଗବସରେ ସାମିଲ ହେବା ନେଇ ମିକା ସିଂହ ରାକ୍ଷୀଙ୍କ ପ୍ରଶଂସା କରୁଥିବା ବେଳେ, ରାକ୍ଷୀ ମିକାଙ୍କର ସାମାଜିକ କାର୍ଯ୍ୟକଳାପକୁ ନେଇ ପ୍ରଶଂସା କରୁଛନ୍ତି ।

ପ୍ରକାଶ ଥାଉକି, ରାକ୍ଷୀ ସାଓ୍ବନ୍ତ ମୁମ୍ବାଇର ଏକ କଫିସପରେ ଫଟୋଗ୍ରାଫରଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ମିକା ସିଂହ ସେଠାରେ ପହଞ୍ଚି,ରାକ୍ଷୀଙ୍କୁ ଆଲିଙ୍ଗନ କରିଥିଲେ । ଏବଂ ସେ କହିଥିଲେ ଯେ, ଏବେ  ଆମେ ଭଲ ବନ୍ଧୁ । ଏହା ସହିତ ସେ କହିଥିଲେ ଯେ, ମୁଁ ଏହି ରାସ୍ତା ଦେଇ ଯାଉଥିଲି, କିନ୍ତୁ ରାକ୍ଷୀ ରାଓ୍ବନ୍ତଙ୍କୁ ଦେଖି ଏଠାରେ ଅଟକିଗଲି । ସେ ଏକଥା ମଧ୍ୟ କହିଛନ୍ତି ଯେ, ବିଗବସ ଚାଲିଛି ତ ରାକ୍ଷୀ ସାଓ୍ବନ୍ତଙ୍କ ପାଇଁ । ଏକଥା ଶୁଣିବା ପରେ ରାକ୍ଷୀ ମିକାଙ୍କ ପାଦ ଛୁଇଁବାରେ ଲାଗନ୍ତି ।  

ଏହାପରେ ରାକ୍ଷୀ ସାଓ୍ବନ୍ତ କହିଥିଲେ ଯେ, କରୋନା ମହାମାରୀ ସମୟରେ କିପରି ମିକା ସିଂହ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି । ଏଭଳି ପରିସ୍ଥିତିରେ ସେ ସବୁବେଳେ କିପରି ଆଗକୁ ଆସନ୍ତି । ଦୀର୍ଘ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏତେ ବର୍ଷ ପରେ ଦୁହେଁ ପୁଣି ଏକାଠି ହୋଇଥିବା ଦେଖିବାକୁ ମିଳିଛି ।