Home ଆଞ୍ଚଳିକ ୟଶ୍ ପ୍ରଭାବ: ଫୁଲୁଛି ବୈତରଣୀ, କେନ୍ଦୁଝର-ମୟୁରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ

ୟଶ୍ ପ୍ରଭାବ: ଫୁଲୁଛି ବୈତରଣୀ, କେନ୍ଦୁଝର-ମୟୁରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ

5

କେନ୍ଦୁଝର,୨୭/୦୫/୨୧ (ଜିଲ୍ଲା ଖବର) : ୟଶ୍ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଯାହାକୁ ନେଇ ବୈତରଣୀ ନଦୀର  ଜଳସ୍ତର ବୃଦ୍ଧି ପାଇଛି । ନଦୀରେ ସତର୍କ ସୂଚନା ୩୭.୪୪୫ ମିଟର ଥିବାବେଳେ ବର୍ତ୍ତମାନ ୩୭.୯୫୦ ମିଟରରେ ପ୍ରବାହିତ ହେଉଛି ନଦୀ ଜଳ ।

ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ଜଳ । ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ଏହାସହ କେନ୍ଦୁଝର-ମୟୁରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।