
କଟକ,୨୭/୦୫/୨୧ (ଜିଲ୍ଲା ଖବର) : ‘ ୟଶ୍ ‘ ଭିତରେ ମଧ୍ୟ ଅକ୍ସିଜେନ ପରିବହନ କଲା ଓଡ଼ିଶା ପୋଲିସ । ବାତ୍ୟା ପ୍ରଭାବରୁ ହେଉଥିବା ପବନ ଓ ବର୍ଷାକୁ ଖାତିର ନ କରି ହସ୍ପିଟାଲ ମାନଙ୍କରେ ମେଡିକାଲ୍ ଅକ୍ସିଜେନ ପରିବହନ କରିଛି ଓଡ଼ିଶା ପୋଲିସ ।
ଏହାକୁ ସୁରୁଖୁରୁରେ ପହଞ୍ଚାଇବା ପାଇଁ ପୂର୍ବରୁ ଜାରି କରାଯାଇଥିବା SOP କୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି । 4 ଟି ଅକ୍ସିଜେନ ଟ୍ୟାଙ୍କର ଅନୁଗୁଳରୁ ହାଇଦ୍ରାବାଦ ଓ ବିଶାଖପାଟଣା ପଠା ଯାଇଥିବା ବେଳେ 2 ଟି ଟ୍ୟାଙ୍କର ଯାଜପୁର ରୁ ବ୍ରହ୍ମପୁର ଓ ଭୁବନେଶ୍ବର ପୋଲିସ ଏସ୍କର୍ଟ କରି ନେଇକି ଯାଇଛି ।



