
ଭୁବନେଶ୍ୱର,୨୭/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ୟଶ୍ ମୁକାବିଲା ନେଇ ଏସ୍ଆରସି ପ୍ରଦୀପ ଜେନାଙ୍କ ସୂଚନା । ବାତ୍ୟା ପାଇଁ ସାଢ଼େ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାସ୍ତାରେ ପଡ଼ିଥିବା ଗଛକୁ କଟାଯାଇ ପଥ ପରିଷ୍କାର କରାଯାଇଛି । ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ରାସ୍ତାରୁ ଗଛକଟା କାର୍ଯ୍ୟ ସରିଛି । ରାତିରେ ବାରିପଦା ଅଞ୍ଚଳରେ କିଛି କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । କାଲି ସକାଳେ ସେଠାରେ ପୁନରୁଦ୍ଧାର କାମ ଆରମ୍ଭ କରାଯିବା ନେଇ ସୂଚନା ଦେଇଛନ୍ତି ଏସ୍ଅରସି ପ୍ରଦୀପ ଜେନା ।


