
ଖୋର୍ଦ୍ଧା,୨୭/୦୫/୨୧ (ଜିଲ୍ଲା ଖବର) : ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ। ଏନେଇ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଚାନ୍ଦପୁର ଥାନାରେ ମାମଲା ଦାୟର ହୋଇଛି । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ କୁହୁଡି ଗାଁ ଯଶୋବନ୍ତ ଜେନା କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଥମେ ଆଇଏନଏସ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ଓ ପରେ ତାଙ୍କୁ ଚାନ୍ଦପୁର କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଚାନ୍ଦପୁର କୋଭିଡ ହସପିଟାଲରେ ଚିକିତ୍ସିତ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।
ତେବେ ବାରମ୍ୱାର ରାଜ୍ୟରୁ ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି।


