Friday, November 13, 2026
Home ଆଞ୍ଚଳିକ ଦୁର୍ବଳ ହୋଇ ଝାଡ଼ଖଣ୍ଡରେ ପ୍ରବେଶ କଲା ବାତ୍ୟା ‘ୟଶ’

ଦୁର୍ବଳ ହୋଇ ଝାଡ଼ଖଣ୍ଡରେ ପ୍ରବେଶ କଲା ବାତ୍ୟା ‘ୟଶ’

12

୨୭/୦୫/୨୧ (ଜିଲ୍ଲା ଖବର) :  ବାତ୍ୟା ୟଶ ତାର ତାଣ୍ଡବ ରଚିଯାଇ ଚାଲିଯାଇଛି। ଦୁର୍ବଳ ହୋଇ ଝାଡ଼ଖଣ୍ଡରେ ପହିଞ୍ଚିଛି ବାତ୍ୟା ‘ୟଶ ‘। ଗତକାଲି ବାତ୍ୟା ୟଶ ପ୍ରଭାବରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି। ବାତ୍ୟା ସିନା ଓଡିଶା ଛାଡିଛି କିନ୍ତୁ ପ୍ରଳୟର ପଦଚିହ୍ନ ଛାଡିଛି । ବାତ୍ୟା ପରର ଦୁର୍ଦ୍ଦଶା ବଢିଯାଇଛି ।

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ଶୋଇ ଯାଇଛି ବଡ଼ ବଡ଼ ଗଛ । କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘର ଉପରେ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ । ବାତ୍ୟା ଅପସରି ଯାଇଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି ।