Thursday, October 15, 2026
Home ଆଞ୍ଚଳିକ ନିଆଁ ଲାଗି ପୋଡିଯାଇଥିବା ପୀଡ଼ିତାଙ୍କୁ ସାହାଯ୍ୟର ହାତ ବଢାଇଲା ଟିମ ହୁମାନିଟି

ନିଆଁ ଲାଗି ପୋଡିଯାଇଥିବା ପୀଡ଼ିତାଙ୍କୁ ସାହାଯ୍ୟର ହାତ ବଢାଇଲା ଟିମ ହୁମାନିଟି

51

କନ୍ଧମାଳ ୨୭/୦୫/୨୧ (ଜିଲ୍ଲା ଖବର) : ଫିରିଙ୍ଗିଆ ବ୍ଲକ ବରପଡା ଗ୍ରାମର ଦାମ ସାହାଣୀ ନାମକ ଜଣେ ବ୍ୟକ୍ତି ଟିମ୍ ହ୍ୟୁମା ନିଟି କନ୍ଧମାଳ ର ଜଣେ ସଦସ୍ୟଙ୍କୁ ଫୋନ କରିଥିଲେ। ସେ ତାଙ୍କ ଝିଅର ଚିକିତ୍ସା ନିମନ୍ତେ କିଛି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।

କିଛି ଦିନ ତଳେ ତାଙ୍କ ଝିଅର କୌଣସି ଏକ କାରଣରୁ ଦେହରେ ନିଆଁ ଲାଗି ଦେହର ପ୍ରାୟ 40 ଭାଗ ପୋଡି ଯାଇଛି ।ସେ ପ୍ରଥମେ ଫୁଲବାଣୀ ଓ ପରେ କଟକ ନେଇ ତାର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ଡାକ୍ତର ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ କରିବାକୁ କହିଥିଲେ କିନ୍ତୁ ତାଙ୍କର ଆର୍ଥିକ ପରିସ୍ଥିତି ଏତେଟା ସ୍ଵଛଳ ନଥିବାରୁ ଚିକିତ୍ସା ନ କରି ସେ ତାଙ୍କ ଝିଅକୁ ଘରକୁ ନେଇ ଆସିଛନ୍ତି। ବର୍ତ୍ତମାନ ତାଙ୍କ ପରିସ୍ଥିତି ଏମିତି ଯେ ମେଡ଼ିସିନ କିଣିବା ମଧ୍ୟ କଷ୍ଟକର ହୋଇପଡିଛି।

ବର୍ତ୍ତମାନ ସେ ଯେକୌଣସି ସରକାରୀ ବା କିଛି ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ପାଇଲେ ଝିଅର ଚିକିତ୍ସା କରିବାକୁ ଅନାଇ ବସିଛନ୍ତି।

ଏମିତିରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର କିଛି ସଦସ୍ୟ ସେଠାରେ ପହଂଚି ତାଙ୍କୁ କିଛି ଆର୍ଥିକ ସାହାଯ୍ୟ କରିବା ସହିତ ଯେତେବେଳ ଯାଏଁ ସେ କୌଣସି ମେଡିକାଲ କୁ ଯାଇ ତାଙ୍କ ଚିକିତ୍ସା କରାଇ ନାହାନ୍ତି ସେତିକି ଦିନ ଯାହା ମେଡ଼ିସିନ ଲୋଡ଼ା ପଡିବ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ଓ ସେଠାରୁ ଆସି ଫିରିଙ୍ଗିଆ BDO ଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଇଛନ୍ତି BDO Sir ମଧ୍ୟ ସହଯୋଗ ର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଛନ୍ତି…

ଫୁଲବାଣୀ ରୁ ଗୌର ପ୍ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର