Sunday, October 11, 2026
Home ଆଞ୍ଚଳିକ ୟଶର ପ୍ରଭାବ: ଦୁର୍ଦ୍ଦଶାରେ ଲୋକେ

ୟଶର ପ୍ରଭାବ: ଦୁର୍ଦ୍ଦଶାରେ ଲୋକେ

9

ଭଦ୍ରକ, ୨୭/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ୟଶ ସମୁଦ୍ର ଉପକୂଳବର୍ତୀ ଅଂଚଳରେ ତାର ତାଣ୍ଡବ ରଚିଛି । ଆଉ ତାର ପ୍ରଭାବରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହେଇଛି । ବାତ୍ୟା ପରେ ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି । ବାତ୍ୟାର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡି ଯାଇଛି । ରାସ୍ତା ଉପରେ ପଡି ରାସ୍ତା ଅବରୋଧ ହେଇଛି ।

କେଉଁଠି ରାସ୍ତାରେ ପଡିଛି ତ କେଉଠି ଘର ଉପରେ ପଡିଛି । ବାତ୍ୟାର ପ୍ରଭାବରେ ଜନଜୀବନ କ୍ଷତି ହୋଇନାହିଁ । ହେଲେ ଲୋକଙ୍କ ଦୁର୍ଦଶା ବଢି ଯାଇଛି । ଘର ଭିତରେ ପାଣି ପଶିବାରୁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗିଛନ୍ତି । ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଛି ।