Sunday, November 15, 2026
Home ଆଞ୍ଚଳିକ ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲା

6

୨୭/୦୫/୨୧ (ଜିଲ୍ଲା ଖବର) : ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଶାନ୍ତିରାଜ। କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । ବୟସ ପାଖାପାଖି ୫୩ ବର୍ଷ ହେବ । ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଶୋକ ପ୍ରକାଶ କରିଛନ୍ତି ଅନେକ ବରିଷ୍ଠ କଳାକାର ।

ଖବର ଅନୁଯାୟୀ,  କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ।ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକାଲ ନେବା ବାଟରେ ଚାଲିଯାଇଥିଲେ ଶାନ୍ତିରାଜଙ୍କ ପ୍ରାଣବାୟୁ ।  ବହୁ ଆଲବମ ଓ ଓଲିଉଡ ରେ ସଙ୍ଗୀତ ନିର୍ଦେଶନା ଦେଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ହୋଇଥିଲେ। ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ଥିଲେ ।