
କଟକ,୨୭/୫(ଜିଲ୍ଲା ଖବର) : ଦ୍ରୁତଗତିରେ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ
ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଜନସାଧରଣ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଅଗ୍ରଣୀ ସ୍ବଛାସେବୀ ଅନୁଷ୍ଠାନ ଫୋରମ ଫର ପ୍ରେବେନସନ ଅଫ ରୋଡ ଆସିଚିଡେଣ୍ଟସ ତରଫରୁ ଦ୍ରୁତଗାଟି ନିୟନ୍ତ୍ରଣ ବିଷୟରେ ଏକ ବେବିନାର ଆୟୋଜନ କରାଯାଇଥିଲା I ଏହାକୁ ସଂଚାଳନ କରିଥିଲେ ଫୋରମ ର ସମ୍ପାଦିକା ଲିପ୍ସା ମହାପାତ୍ର I ମିଳିତ ଜାତିସଂଘ ର ବିଶ୍ୱ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା ଏହି ବେବିନାର ରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼. ଏ. ମୋହନ ରାଓ, ରାଜସ୍ଥାନ ଭୀଲବାଡା ଜିଲାର ପରିବହନ ଅଧିକାରୀ ଡ଼. ବୀରେନ୍ଦେର ସିଂ ରାଥୋଡ, ଭାରତ ସରକାରଙ୍କ ପରିବହନ ଓ ଜଟିଆ ରାଜପଥ ମନ୍ତ୍ରଣାଳୟ ର ଅତିରିକ୍ତ ନିର୍ଦେଶକ ଇ. ଧର୍ମାନନ୍ଦ ଷଡ଼ଙ୍ଗୀ ଯୋଗଦେଇ ଗଡ଼ିମାନଙ୍କର ବେଗ ନିୟନ୍ତ୍ରଣ କରିବାର ଉପାୟ ଉପରେ ଆଲୋଚନା କରିଥିଲେ I ଧନ୍ୟବାଦ ଦେଇଥିଲେ ଫୋରୁମର ଉପଦେଷ୍ଟା ବିକାଶ ମହାପାତ୍ର I



