Sunday, November 15, 2026
Home ଆଞ୍ଚଳିକ ୧୬କୋଟି ଟଙ୍କାର ଔଷଧ ଯୋଗାଇ ଜଣେ ପିଲାର ଜୀବନ ବଞ୍ଚାଇଲେ ବିରୁଷ୍କା

୧୬କୋଟି ଟଙ୍କାର ଔଷଧ ଯୋଗାଇ ଜଣେ ପିଲାର ଜୀବନ ବଞ୍ଚାଇଲେ ବିରୁଷ୍କା

20

ନୂଆଦିଲ୍ଲୀ, ୨୬/୦୫/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କର କ୍ରିକେଟର ସ୍ବାମୀ ବିରାଟ କୋହଲି , ନିକଟରେ ଏମିତି ଏକ କାମ କରିଛନ୍ତି, ଯାହାକୁ ନେଇ ଲୋକେ ଏବେ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି । ଆଜ୍ଞା ହଁ, ଏହି ଦମ୍ପତି ୧୬ କୋଟି ଟଙ୍କା ଯୋଗାଡ କରି ଏକ ଶିଶୁର ଜୀବନ ବଞ୍ଚାଇଛନ୍ତି । Ayaansh Gupta ନାମକ ଜଣେ  ଶିଶୁ  spinal muscular atrophy ନାମକ  ରୋଗରେ ପିଡିତ ଥିଲେ । ଆଉ ତାଙ୍କର ଚିକିସ୍ବା ପାଇଁ ବହୁତ୍ ଦାମୀ ଔଷଧର ଆବଶ୍ୟକ ଥିଲା, ଯାହାର ମୂଲ୍ୟ ପାଖାପାଖି ୧୬କୋଟି ଟଙ୍କା ଥିଲା । Ayaanshଙ୍କ ଚିକିସ୍ବା ପାଇଁ ପାଣ୍ଠି ଯୋଗାଡ କରିବା ପାଇଁ ତାଙ୍କ ପ୍ୟାରେଣ୍ଟସ ‘AyaanshFightsSMA’  ନାଁରେ ଟ୍ବିଟର ଆକାଉଂଟ ପ୍ରସ୍ତୁତ କରିଥିଲେ । ଏହି ଟ୍ବିଟର  ହ୍ୟାଣ୍ଡେଲରେ  ଅନୁଷ୍କା ଏବଂ ବିରାଟଙ୍କୁ ସେ ଧନ୍ୟବାଦ୍ ଜଣାଇଛନ୍ତି ।

ଉକ୍ତ ଟ୍ବିଟରରୁ ଟ୍ବିଟ କରାଯାଇଛି ଯେ, ‘ଆମେ କେବେ ଭାବି ନଥିଲୁ ଯେ, ଏଭଳି ଏକ କଠିନ  ଯାତ୍ରାର ଏକ ସୁନ୍ଦର ଅନ୍ତ ଘଟିବ । ଏକଥା କହି ବହୁତ୍ ଖୁସି ଅନୁଭବ ହେଉଛି ଯେ, ଆମକୁ Ayaanshର ଔଷଧ ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ ଥିଲା ଏବଂ ଏହା ଆମେ ପାଇ ପାରିଲୁ ।  ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ । ଯେଉଁମାନେ ଆମକୁ ସପୋର୍ଟ କରିଛନ୍ତି ‘ ।   ଆଗକୁ  ଅନୁଷ୍କା ଏବଂ ବିରାଟଙ୍କୁ ଧନ୍ୟବାଦ୍ ଦେଇ କୁହାଯାଇଛି ଯେ, ଆପଣମାନେ Ayaansh ପାଇଁ ଯାହା କରିଛନ୍ତି , ତାହା ଆଶାରୁ ଅଧକ ।  

ପ୍ରକାଶ ଥାଉକି, ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି କରୋନା ସଂକ୍ରମିତଙ୍କ ସାହାଯ୍ୟ କରିବାକୁ ମଧ୍ୟ ଆଗକୁ ଆସିଛନ୍ତି । ଦୁହେଁ ଲୋକଙ୍କ ପାଇଁ ୧୧କୋଟି ଟଙ୍କା ଯୋଗାଡ ମଧ୍ୟ କରିଛନ୍ତି । ଏହି ଟଙ୍କାକୁ ଅକ୍ସିଜେନ ଏବଂ ଚିକିସ୍ବା ପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ବ୍ୟବହାର କରାଯାଇଛି ।