
ଭୁବନେଶ୍ଵର, ୨୬/୦୫/୨୧ (ଜିଲ୍ଲା ଖବର) : ଉତ୍ତର ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା 3 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ସମଗ୍ର ସମୁଦ୍ର ଉପକୂଳ ଏବେ ସାଙ୍ଘାତିକ ଭାବେ ଅଶାନ୍ତ ରହିଛି । କାଲି ସକାଳ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ। ବର୍ତ୍ତମାନ ଵାଲେଶ୍ୱର ଓ ଭଦ୍ରକରେ ପବନର ବେଗ 130ରୁ 140 ଓ ସ୍ଥଳ ବିଶେଷ ରେ ଏହା 150 ମଧ୍ୟ ହେଉଛି ।
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ। ଆଜି ଅପରାହ୍ନରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଝାଡ଼ଖଣ୍ଡ ଆଡେ ମୁହାଁଇବ । ଏହି ସମୟରେ ପପବନର ବେଗ 60ରୁ 70 କିମି ହୋଇ କ୍ରମଶଃ ଦୁର୍ବଳ ହେବ । ପ୍ରଭାବରେ ଅଭନ୍ତରୀଣ ଓଡିଶା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କାଲି ସକାଳୁ ଏହି ସ୍ଥିତି ବଦଳି କେବଳ କେନ୍ଦୁଝର, ବରଗଡ଼, ମୟୁରଭଞ୍ଜ ରେ ବର୍ଷା ହେବ।


