Monday, October 19, 2026
Home ଆଞ୍ଚଳିକ ପ୍ରବଳ ପବନ ଯୋଗୁଁ ଚିରିଗଲା ନୀଳଚକ୍ରରେ ପତିତପାବନ ବାନା

ପ୍ରବଳ ପବନ ଯୋଗୁଁ ଚିରିଗଲା ନୀଳଚକ୍ରରେ ପତିତପାବନ ବାନା

9

ପୁରୀ, ୨୬/୦୫/୨୧ (ଜିଲ୍ଲା ଖବର) : ପ୍ରବଳ ପବନ ଯୋଗୁଁ ନୀଳଚକ୍ରରେ ପତିତପାବନ ବାନା ଚିରିଯାଇଛି। ପୁରୀରେ ଆଜି ବର୍ଷା ସହ ପ୍ରବଳ ପବନ ହୋଇଛି। 

ସେହପରି ଉତ୍ତର ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା 3 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ସମଗ୍ର ସମୁଦ୍ର ଉପକୂଳ ଏବେ ସାଙ୍ଘାତିକ ଭାବେ ଅଶାନ୍ତ ରହିଛି । କାଲି ସକାଳ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବ। ବର୍ତ୍ତମାନ ଵାଲେଶ୍ୱର ଓ ଭଦ୍ରକରେ ପବନର ବେଗ 130ରୁ 140 ଓ ସ୍ଥଳ ବିଶେଷ ରେ ଏହା 150 ମଧ୍ୟ ହେଉଛି ।