
ନୂଆଦିଲ୍ଲୀ , ୨୬/୦୫/୨୧ (ଜିଲ୍ଲା ଖବର) : ଲୋକପ୍ରିୟ ଟେଲି ଶୋ’ ତାରକ ମେହେତା କା ଉଲଟା ଚଷମା’ରେ ଜେଠାଲାଲା ଭୂମିକାରେ ନଜର ଆସୁଥିବା ଅଭିନେତା ଦିଲିପ୍ ଯୋଶୀ ଆଜି ଘରେ ଘରେ ବେଶ ପରିଚିତ । କେବଳ ଟେଲି ଦୁନିଆଁରେ ସେ ତାଙ୍କର ପରିଚୟ ସୃଷ୍ଟି କରିଛନ୍ତି ତା ନୁହେଁ , ବରଂ ସେ ଫିଲ୍ମରେ ମଧ୍ୟ ବେଶ ଭଲ କାମ କରିଛନ୍ତି ।
ଏବେ ସେ ଜେଠାଲାଲ ଭୂମିକାକୁ ନେଇ ଏତେ ଲୋକପ୍ରିୟ ହୋଇଛନ୍ତି ଯେ, ସେ ଗୋଟେ ଦିନ ଶୋ’ରେ ନଜର ନଆସଲେ, ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲନ୍ତି । ନିଜ ଅଭିନୟ ବଳରେ ପରିଚିତ ହୋଇଥିବା ଅଭିନେତା ଦିଲିପ ଯୋଶୀଙ୍କ ଆଜି ଜନ୍ମଦିନ । ୨୬ ମଇ, ମାନେ ଆଜି ସେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି ।
ସେ ୨୬ ମଇ,୧୯୬୮ରେ ଗଜୁରାଟରେ ଜନ୍ମଗ୍ରହଣ କରିଥିଲେ । ସେ ଧାରାବାହିକ’କ୍ୟା ବାତ୍ ହେ’ମାଧ୍ୟମରେ ଟିଭି କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ’ମେନେ ପ୍ୟାର କିୟା’ ମାଧ୍ୟମରେ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ବଲିଉଡର ‘ହମ୍ ଆପକେ ହେ କୋନ୍’, ‘ଫିର ଭି ଦିଲ ହେ ହିନ୍ଦୁସ୍ତାନୀ’, ‘ଦିଲ ହେ ତୁମ୍ହାରା’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।
ଏହାପରେ ୨୦୧୮ରେ ଶୋ’’ତାରକ ମେହେତା କା ଉଲଟା ଚଷମା’ରେ କାମ କରିବାରେ ତାଙ୍କୁ ସୁଯୋଗ ମିଳିଥିଲା । ଏହାପରେ ସେ ଆଜି ଘରେ ଘରେ ବେଶ ପରିଚିତ ହୋଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।





