Sunday, November 15, 2026
Home ଆଞ୍ଚଳିକ ଅଭିନେତା Krishne Gowdaଙ୍କ ଦେହାନ୍ତ

ଅଭିନେତା Krishne Gowdaଙ୍କ ଦେହାନ୍ତ

11

ନୂଆଦିଲ୍ଲୀ, ୨୬/୦୫/୨୧ (ଜିଲ୍ଲା ଖବର) : ରଙ୍ଗମଞ୍ଚ  କଳାକାର ତଥା , କନ୍ନଡ ଫିଲ୍ମ ଅଭିନେତା Krishne Gowda ଆଉ ନାହାଁନ୍ତି । ଗତ ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ୮୦ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଖବର ଅନୁଯାୟୀ,  ପାଖାପାଖି ମାସେ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ ।

ଏହାପରେ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା । ପାଖାପାଖି ୨୦ ଦିନ ଧରି ସେଠାରେ ତାଙ୍କର ଚିକିସ୍ବା ଜାରି ରହିଥିଲା । ଏହାପରେ ସେ କରୋନା ମୁକ୍ତ ମଧ୍ୟ ହୋଇ ସାରିଥିଲେ । କିନ୍ତୁ ପୁଣି ଥରେ ତାଙ୍କର ନିଶ୍ବାସ ନେବାରେ ଅସୁବିଧା ସୃଷ୍ଟି  ହେବାରୁ, ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।

ପ୍ରକାଶ ଥାଉକି, Krishne Gowda ଟେଲିଭିଜନ ଧାରାବାହିକ ଏବଂ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ବେଶ ପସନ୍ଦ କରନ୍ତି । ତାଙ୍କ ଦେହାନ୍ତ ଖବର ପାଇବା ପରେ ଚାରିଆଡେ ଶୋକର ଛାୟା ଖେଳି ଯାଇଛି ।