Monday, November 16, 2026
Home ଆଞ୍ଚଳିକ ଲ୍ୟାଣ୍ଡଫଲ ସମୟରେ ୧୩୦ କିଲୋମିଟର ବେଗରେ ବହିବ ପବନ

ଲ୍ୟାଣ୍ଡଫଲ ସମୟରେ ୧୩୦ କିଲୋମିଟର ବେଗରେ ବହିବ ପବନ

11

ଭୁବନେଶ୍ଵର,୨୬/୦୫/୨୧ (ଜିଲ୍ଲା ଖବର) :  ଲ୍ୟାଣ୍ଡଫଲ ସମୟରେ ୧୩୦ କିଲୋମିଟର ବେଗରେ ବହିବ ପବନ । ଏବେ ଠାରୁ ପବନ ଖୁବ ଜୋରରେ ବହୁଛି, ତାହା ସହିତ ଅତି ପ୍ରବଳ ବର୍ଷା ମଧ୍ୟ ହେଉଛି।  ବାଲେଶ୍ଵର, ଭଦ୍ରକରେ ଚାରି ମିଟେ ଜୁଆର ଆସିବାର ସମ୍ଭାବନା ରହିଛି।

ବର୍ତ୍ତମାନ ସୁଧା ବାତ୍ୟା ‘ୟଶ’ ଧାମରାରୁ ୪୦ କିମି ଦୂରରେ ଥିବା ବେଳେ ପାରାଦୀପ ଠାରୁ ୯୦ କିମି ଦୂରରେ  ରହିଛି। ଘଣ୍ଟା ପ୍ରତି ୧୫ କିମି ବଗରେ ମାଡି ଆସୁଛି ବାତ୍ୟା। ଧାମରା ଆଖପାଖରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।