
୨୬/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ‘ୟଶ’ ପୂର୍ବରୁ ଅଘଟଣ । ଗଛ ପଡ଼ି ଜଣେ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଳକ୍ ପଞ୍ଚୁପଲ୍ଲୀ ଗାଁରେ । ବାତ୍ୟା ୟଶ ପ୍ରଭାବରେ ପ୍ରବଳ ପବନ ହେଉଥିଲା। ଯାହା ଫଳରେ ଅନେକ ଗଛ ଉପୁଡି ପଡ଼ିଛି। ଗଛ ପଡ଼ିବା ଯୋଗୁଁ ଜଣେ ମୃତ ହୋଇଥିବା ଜଣାପଡ଼ିଛି ।
ମୃତକ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ । ସୂଚନା ଯୋଗ୍ୟ, ଧାମରା ପାଖରୁ ବର୍ତ୍ତମାନ ବାତ୍ୟାର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଦୂରରେ ରହିଥିବା କହିଛନ୍ତି ଜାତୀୟ ପାଣିପାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେପଟେ ବାତ୍ୟା ଯେତେବେଳେ ସ୍ଥଳ ଭାଗ ଛୁଇଁବ, ଘଣ୍ଟାପ୍ରତି ୧୩୦ ରୁ ୧୪୦ କିଲୋମିଟର ବେଗରେ ପବନର ବେଗ ରହିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ନିର୍ଦେଶକ । ଏବେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି। ଆଉ କିଛି ସମୟ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟଶ’।


