Friday, November 13, 2026
Home ଆଞ୍ଚଳିକ ‘ୟଶ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

‘ୟଶ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

9

ଭୁବନେଶ୍ଵର,୨୬/୦୫/୨୧ (ଜିଲ୍ଲା ଖବର) : ‘ୟଶ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।  ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିଛି। ଉଚ୍ଚା ଜୁଆର ଉଠୁଛି।

ସକାଳ ୯ଟା ବେଳେ ଧାମରାଠାରେ ଆରମ୍ଭ ହୋଇଛି ବାତ୍ୟା ୟଶର ଲ୍ୟାଣ୍ଡଫଲ ପ୍ରକ୍ରୟା । ଧାମରା ଓ ଏହାର ଆଖପାଖ ଅଞ୍ଚଳରେ ୧୩୦ରୁ ୧୪୦ କିମି ବେଗରେ ପବନ ବହୁଛି। 

ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିବ। ବର୍ତ୍ତମାନ ୟଶ ବାଲେଶ୍ୱରଠାରୁ ୫୦ କିମି ଦୂରରେ ରହିଛି। ମଧ୍ୟାହ୍ନ ୧ଟା ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି। 

 ଲ୍ୟାଣ୍ଡଫଲ ଚାଲିଥିବାରୁ ସମୁଦ୍ର ଜୁଆର ଉଠିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି