Sunday, November 15, 2026
Home ଆଞ୍ଚଳିକ ଗୁଣପୁର ,ଥାନା ଅଧିକାରୀ ଯସଯନ୍ତ କୁମାର ହିଆଲ

ଗୁଣପୁର ,ଥାନା ଅଧିକାରୀ ଯସଯନ୍ତ କୁମାର ହିଆଲ

28

ଗୁଣପୁର,୨୫/୫(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଗୁଣପୁର ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଆଜି ଯସମନ୍ତ କୁମାର ହିଆଲ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ହିଆଲ ଗୁଣପୁର ଉପଖଣ୍ଡ ଅଧୀନସ୍ଥ ବିଷମ କଟକ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସିଛନ୍ତି । ଶ୍ରୀ ହିଆଲଙ୍କୁ ଏହି ଅବସରରେ ସାମ୍ବାଦିକ ସଂଘର ସଦସ୍ୟ ମାନେ ଶ୍ରୀ ହିଆଲଙ୍କୁ ସାକ୍ଷାତ କରି ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ଆଲୋକପାତ କରାଇବା ସହ ଉତ୍କଟ ଟ୍ରାଫିକ ସମସ୍ୟା ନେଇ ଅବଗତ କରାଇଥିଲେ । ଶ୍ରୀ ହିଆଲ ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସମାନ୍ତରାଳ ଭାବେ ନବନିଯୁକ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକଙ୍କ ସହିତ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସ୍ଥାନୀୟ ସମସ୍ୟା ଗୁଡିକ ଅବଗତ କରାଇ,ଏହାର ପ୍ରତିକାର ଓ ସମାଧାନର ଆଶା ପ୍ରକାଶ କରିଛନ୍ତି ।
ରିପୋର୍ଟ,ରାମନାଥ ମହାନ୍ତି