
ଚନ୍ଦ୍ରପୁର,୨୫/୫ {କୈଳାସ ମାଳବିଶୋଇ } : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି । ଚନ୍ଦ୍ରପୁର ତହସିଲ ମୁଖ୍ୟ କିରାଣୀ ଶ୍ରୀ ବିଶ୍ୱନାଥ ଶବର ଙ୍କ ଦ୍ୱାରା ଏହା ଉଦ୍ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ୫-ଟି କାର୍ଯ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ମହାମାରୀ ଦିନକୁ ଦିନ ଦୃତ ଗତିରେ ସଂକ୍ରମଣ ହେଉଥିବାରୁ କଟକଣା କଡାକଡି କରାଯାଇଛି। ରାଜସ୍ଵ ବିଭାଗର ସମସ୍ତ ପ୍ରକାର ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଘରେ ଘରେ ପହଞ୍ଚାଇବା ରାଜସ୍ଵ ରଥର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ କିରାଣୀ କହିଛନ୍ତି। ଲୋକେ ଘରେ ବସି ଏହି ସେବା ସୁବିଧାରେ ପାଇ ପାରିବେ । ଏହା ଦ୍ଵାରା ଲୋକଙ୍କ ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ମ୍ୟୁଟେସନ ଓ ଜମିବାଡି ସମ୍ବନ୍ଧୀୟ ପ୍ରମାଣପତ୍ର ସୁବିଧାରେ ପ୍ରଶାସନ ଯୋଗାଇଦେବ। ଏହି ପ୍ରରିପେକ୍ଷୀରେ ଓ ରାଜସ୍ଵ ମଣ୍ଡଳର କିଛି ଗ୍ରାମକୁ ରଥ ଯାଇ ଲୋକଙ୍କୁ ସଚେତନ କରାଇବା ସହିତ ଏହାର ମୁଖ୍ୟ ଉଦେଶ୍ୟ ବୋଲି କୁହାଯାଇଛି l ଏଥିରେ ଚନ୍ଦ୍ରପୁର ତହସିଲର ସୁପର ଭାଇଜର ବାଳକୃଷ୍ଣ ପ୍ରଧାନ, ଅମିନ ଚନ୍ଦନ, ଆରାଆଇ ବାପୁନ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ଶୁଭାଆରମ୍ବ କରିଥିଲେ


