
ବାଲିଗୁଡ଼ା,୨୫/୫ { ସୁକାନ୍ତ କୁମାର ତ୍ରିପାଠୀ } : ଓୟୁଯେ କନ୍ଧମାଳ ସଭାପତି ପ୍ରଶାନ୍ତ କୁମାର ବେହେରା ଓ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ ଅରୁପ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।ଆଲୋଚନା ପରେ ଦୁଇଟି ଦାବୀ ପତ୍ର ଉଭୟ ପକ୍ଷରୁ ପ୍ରଦାନ କରାଯାଇଛି।ଏଥିରେ ଲିଖିତ ଅଛିଯେ କନ୍ଧମାଳ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସେମାନଙ୍କୁ ଗୋଡେଇ ଗୋଡେଇ ବାଡେଇବା ଧମକ ଦେବା ଘଟଣାରେ ଫୁଲବାଣୀ ଟାଉନ ଥାନା ଏସ୍ ଆଇ ଦୀପକ ସାମନ୍ତସିଂହାର ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ। ଏହି ସଂକ୍ରାନ୍ତରେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗ ମୁଖ୍ୟ ସଚିବଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାମ୍ବାଦିକମାନଙ୍କୁ ମଧ୍ଯ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।ଏଥିରେ ଓୟୁ ଯେ ଏ ଆଇନ ଉପଦେଷ୍ଟା ବିରେନ୍ଦ୍ର ସୁବୁଦ୍ଧି ଓ ଆଦିତ୍ୟ ତ୍ରିପାଠୀ, ବଳଦେବ ବେହେରା ଓ କେଡିଯେଏ ର ଉପସଭାପତି ସନ୍ତୋଷ କୁମାର ଡିଗଲ,ସମ୍ପାଦକ ଜୟସେନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।



