
ବାଲିଗୁଡା,୨୫/୫ {ସୁକାନ୍ତ କୁମାର ତ୍ରିପାଠୀ} : ବାଲିଗୁଡା ରେ ଏକ ସଡ଼କ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଛି | ବାଲିଗୁଡା ଠାରୁ ବାଟାଗୁଡା ରାସ୍ତାର ଏକ ସ୍କୁଟି ଆରୋହୀ ନିଜ ବନ୍ଧୁ ଙ୍କ ସହ ନିଜ ସ୍କୁଟି ପାଖରେ ରାସ୍ତା କଡରେ ଠିଆ ହୋଇଥିଲେ | ହଠାତ ଏକ ଦୁଇ ଚକିଆ ଜାନ ଆପାଚି ଦ୍ରୁତ ଗତିରେ ଆସି ବଡାଈ ହୋଇଥିଲା | ଘଟଣା ସ୍ଥଳରେ ସମସ୍ତ ଆହତ ଙ୍କୁ ବାଲିଗୁଡା ଉପଖଣ୍ଡ ଚିକିଛାଳୟ କୁ ଅଣାଯାଇଥିଲା |ସେଠାରେ ରତି କାନ୍ତ ମହାପାତ୍ର ଙ୍କୁ ଚିକିତ୍ସା ପରେ ମୃତ୍ୟୁ ଘୋଷଣା କରାଯାଇଥିଲା | ମୃତ ବ୍ୟକ୍ତି ଙ୍କ ଘର ପାଟ୍ଟଖଣ୍ଡା ସାହି ରେ ବୋଲି ଜଣା ପଡିଛି | ଆପାଚି ଗାଡ଼ିର ଦୁଇ ଆରୋହୀ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଚିକିଛାଳୟ କୁ ସ୍ଥାନାନ୍ତର କରାଯାଇଛି, ଏବଂ ସେମାନଙ୍କ ର ପରିଚୟ ଜଣା ପଡ଼ିନାହିଁ |



